The Ultimate Managed Hosting Platform
ADVERTISEMENT

କର୍ଣ୍ଣାଟକ ବିଜେପି ନେତାଙ୍କ ଘରେ ଚାଲିଥିବା ବୈଠକରେ ପଶିଲା ନାଗ

Facebook
Twitter
LinkedIn

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣତି ଚାଲିଛି । ଆଉ ଏହି ସମୟରେ ବିଜେପି ନେତା ଶିବରାଜ ସଜ୍ଜନଙ୍କ ବାସଭବନରେ ଏକ ନାଗସାପ ପଶିଯାଇଥିବା ଖବର ମିଳିଛି । ଏହି ସମୟରେ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଉପସ୍ଥିତ ଥିଲେ। ସାପ ମିଳିବା ଖବର ପରେ କ୍ୟାମ୍ପରେ ଆତଙ୍କ ସୃଷ୍ଟି ହୋଇଥିଲା । ପରେ ସୁରକ୍ଷାକର୍ମୀ ତୁରନ୍ତ ସାପକୁ ବାହାର କରିଥିଲେ । ତାଙ୍କ ବାସଭବନରେ ବିଜେପିର ବୈଠକ ଚାଲିଥିଲା । କ୍ୟାମ୍ପ ଅଫିସରେ ହଠାତ୍ ସାପ ପଶି ଯିବାରୁ ସେଠାରେ ଉପସ୍ଥିତ ଥିବା ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସୁରକ୍ଷା କର୍ମୀ ଏବଂ ସାପଧରାଳି ଆସି ନାଗଟିକୁ ଉଦ୍ଧାର କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login