ନୂଆଦିଲ୍ଲୀ : ପାକିସ୍ତାନର କରାଚୀରେ ଶୁକ୍ରବାର ଦିନ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଆଠ ଜଣ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ସହରର ବାଗଦାଦୀ ଅଞ୍ଚଳର ଫିଦା ହୁସେନ ଶେଖା ରୋଡରେ ଅବସ୍ଥିତ କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ରିପୋର୍ଟ ହୋଇଛି । ଅଧିକାରୀମାନେ ଆକଳନ କରୁଛନ୍ତି ଯେ ୨୫ ଜଣ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିପାରନ୍ତି । ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହ ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Views: 15