ବାଲେଶ୍ୱର : ବାହାନଗାରେ କରମଣ୍ଡଳର ରେଳ ଦୁର୍ଘଟଣା ନେଇ ସମୀକ୍ଷା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରି ଘଟଣା ବିଷୟରେ ତଥ୍ୟ ନେଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିକ୍ । ମୃତକଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଆଜି ଆଜି ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଜନ୍ମଶତବାର୍ଷିକୀ ପାଳନ କାର୍ୟ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି । କେବଳ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କାଲାଇଗ୍ନାର ପ୍ରତିମୂର୍ତ୍ତି ଏବଂ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାକୁ ବାଦ ଦେଇ ବାକି ସବୁ କାର୍ୟ୍ୟକ୍ରମ ବାତିଲ କରାଯାଇଛି। ସେପଟେ ଭୟଙ୍କର କରମଣ୍ଡଳର ରେଳ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ । ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର, ଚିକିତ୍ସା ଆଦି ଯେ କୌଣସି କାମ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ। ନବୀନ ପଟ୍ଟନାୟ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଏହି ସଦିଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲା ତାମିଲନାଡୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...