କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୩୦ ଟିକିଆ ହାତୀପଲ ଉପଦ୍ରବ । ଭାଙ୍ଗିଲେ ୪ ଘର , ଉଜାଡିଲେ ଏକର ଏକର ଧାନ ଫସଲ । ହାତୀପ ଉପଦ୍ରବ ନେଇ ଅଞ୍ଚଳରେ ଭୟଭୀତ ଲୋକେ । ୫୦ ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ଆତଙ୍କ । ହାତୀପଲ ଦିନ ବେଳେ ଜଙ୍ଗଲ ରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।
ହାତୀପଲ ପଲ ଯେଉଁ ଜଙ୍ଗଲରେ ରହୁଛନ୍ତି ତାର ଆଖ ପାଖ ଅଞ୍ଚଳରେ ହାତୀର ସୁରକ୍ଷା ପାଇଁ ଘଣ୍ଟା ଘଣ୍ଟା ବିଜୁଳି କଟା ଯାଉଛି । ଏବେ ୩୦ ଟିକିଆ ହାତୀପଲ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଡୁମୁରିଆ ଜଙ୍ଗଲରେ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀ ପଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି ।
Views: 50











