The Ultimate Managed Hosting Platform
ADVERTISEMENT

କମ୍ପ୍ଲେକ୍ସରେ ସିରିଜ ଚୋରି

Facebook
Twitter
LinkedIn

ଦିଗପହଣ୍ଡି : ୪ଟି ଦୋକାନରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ଦିଗପହଣ୍ଡି ଥାନା ଛେମୁଣ୍ଡି କଲେଜ ନିକଟ କମ୍ପେକ୍ସରେ ସିରିଜ ଚୋରି । ଦୋକାନ ସାମଗ୍ରୀ ସହ ସିସିଟିଭି ହାର୍ଡ ଡିସ୍କ ନେଇଯାଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ଥିବା ଏକ କମ୍ପ୍ଲେକ୍ସର ୪ଟି ଦୋକାନ ତାଲା ଭାଙ୍ଗି କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ । ଦୋକାନରେ ଥିବା କଇଚି ସାମଗ୍ରୀ ସହ ନଗଦ ଟଙ୍କା ଚୋରି କରି ନେଇଛନ୍ତି ଚୋର । ଆଜି ସକାଳୁ ଦୋକାନୀ ମାନେ ଦୋକାନ ଖୋଲିବା ପାଇଁ ଯାଇଥିବା ବେଳେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ଦିଗପହଣ୍ଡି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଯାଞ୍ଚ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login