The Ultimate Managed Hosting Platform
ADVERTISEMENT

କମ୍ପୁଛି ଖଣ୍ଡଗିରି, କୁମ୍ଭମେଳା ପାଇଁ ହେଲାଣି ଭିଡ

Facebook
Twitter
LinkedIn

ଭୁବନେଶ୍ବର: କମ୍ପୁଛି ଖଣ୍ଡଗିରି । ନାଗା ସାଧୁ ବାବାଙ୍କର ଲାଗିଲାଣି ଭିଡ । ଦୋକାନ ବଜାରରେ ଭରପୁର ଖଣ୍ଡଗିରି । ଖଣ୍ଡଗିରିରେ ଆରମ୍ଭ ହୋଇଛି କୁମ୍ଭମେଳା। ଜାଗମରା ନାଗାମଠରୁ ବାହାରିଛି ଅନନ୍ତ କେଶରୀଙ୍କ ଯାତ୍ରା। ବୁଲିବୁଲି ରାଣୀ ହଂସପୁର ଯାତ୍ରା କରିବେ ଅନନ୍ତ କେଶରୀ। କିମ୍ବଦନ୍ତୀ ଅନୁସାରେ ୧୯୧୨ ମସିହା ପୂର୍ବରୁ ଖଣ୍ଡଗିରି ପାହାଡ଼ ଉପରେ ବିରାଜମାନ ଥିଲେ ପ୍ରଭୁ ଅନନ୍ତ କେଶରୀ। କିନ୍ତୁ ୧୯୧୨ ମସିହା ପରେ ତାଙ୍କୁ ଜାଗମରା ନାଗା ମଠରେ ଅବସ୍ଥାପିତ କରାଯାଇଥିଲା ।
ସେବେଠାରୁ ପ୍ରଭୁ ଅନନ୍ତ କେଶରୀ ବିରାଟ ପଟୁଆରରେ ବାଜା, ବାଣ ସହିତ ଜାଗମରା ନାଗା ମଠରୁ ଉଦୟଗିରି ହଂସପୁରକୁ ପାହାଡ଼ରେ ଥିବା ରାଣୀ ହଂସପୁର ଯାତ୍ରା କରିଥାନ୍ତି। ପରମ୍ପରା ଅନୁସାରେ ଅନନ୍ତ କେଶରୀ କୌଣସି ଛାତ ବା ଛାମୁଣ୍ଡିଆ ତଳେ ଯାଆନ୍ତି ନାହିଁ। ଫଳରେ ତାଙ୍କୁ ଖଣ୍ଡଗିରି ବ୍ରିଜ୍ ତଳେ ନିଆଯାଏ ନାହିଁ। ଅନନ୍ତ କେଶରୀଙ୍କ ପଟୁଆର ଖଣ୍ଡଗିରି ଥାନା ସମ୍ମୁଖ ଜାତୀୟ ରାଜପଥ ପାର ହୋଇଥାନ୍ତି।


ଅନନ୍ତ କେଶରୀ ଉଦୟଗିରି ପାହାଡ଼କୁ ଯାତ୍ରା କରିବା ସହିତ ସେଠାରେ ଥିବା ଲଳିତା କୁଣ୍ଡରେ ଚାପ ଖେଳିବା ପରେ ମଧ୍ୟରାତ୍ରରେ ଠାକୁର ନିଜ ମଠକୁ ଫେରିଥାନ୍ତି। ରାଣୀହଂସପୁରକୁ ଯାତ୍ରା ସମୟରେ ପଟୁଆର ଯାଇଥାଏ ମାତ୍ର ଫେରିବା ସମୟରେ ସାଙ୍ଗରେ ପଟୁଆର ଫେରି ନ ଥାଏ । ପ୍ରତ୍ୟାବର୍ତ୍ତନକୁ ସମ୍ପୂର୍ଣ୍ଣ ଗୋପନୀୟ ବୋଲି କୁହାଯାଏ। ଅନନ୍ତ କେଶରୀଙ୍କ ଯାତ୍ରା ସମାଗମ ହେଉଥିବା ବେଳେ ରଙ୍ଗ ବେରଙ୍ଗର ଆତସବାଜି ପ୍ରଦର୍ଶନ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login