The Ultimate Managed Hosting Platform
ADVERTISEMENT

କମେଣ୍ଟ କଲେ, ଘର ପୋଡିଲେ ଶେଷରେ ମାରିଦେବାକୁ ଆକ୍ରମଣ କଲେ ।

Facebook
Twitter
LinkedIn

କେନ୍ଦ୍ରାପଡା,୨ା୮:କେନ୍ଦ୍ରାପଡା ଜିଲ୍ଲାରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଯାହାକି କମେଣ୍ଟ ମରାକୁ କେନ୍ଦ୍ରକରି ମହାଭାରତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖାଯାଇଛି ଉକ୍ତ ଜିଲ୍ଲା ଅଧିନ ଡେରାବିଶ ଥାନା ଅଧିନ ତିଲଙ୍ଗ ବାଲିକୁଦ ପଡିଆ ଠାରେ । ଦୁଇ ଜଣ ଛୋଟ ପିଲା ମୃଦୁ ପାନୀୟ ପିଇବା ବେଳେ ଘଟିଛି ଏଭଳି କାଣ୍ଡ । ଥଣ୍ଡା ପିଇବା ସମୟରେ ଷ୍ଟ୍ରଟି ତଳେ ପଡିଯିବାରୁ ଦୋକାନୀକୁ ଆଉ ଏକ ଷ୍ଟ୍ର ମାଗିବାରୁ ଦୋକାନୀ ଷ୍ଟ୍ର ତ ଦେଇ ନଥିଲେ ହେଲେ ସେଠାରେ ବସି ଖଟି କରୁଥିବା ଯୁବକ ଥଣ୍ଡା ପିଉଥିବା ଏକ ଛୋଟ ଝିଅକୁ କମେଣ୍ଟ୍ ମାରିଥିଲେ ।

ଯାହାକୁ ସହଜରେ ଗ୍ରହଣ କରି ପାରିନଥିଲେ ପିଲାଟିର ମାମୁ ବୁଲୁ ଦାସ । ଯାହା ପାଇଁ ଉକ୍ତ ଯୁବକ ମାନଙ୍କ ସହ ହୋଇଥିଲା ବଚସା । ଏହି ବଚସା ସମୟରେ ହିଂସ୍ର ପାଲଟିଯାଇଥିଲେ ଯୁବକ ମାନେ । ବୁଲୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ମଦ ବୋତଲ ଭାଙ୍ଗି ଶରୀରର ବିଭିନ୍ନ ସ୍ଥାନରେ ପ୍ରହାର କରିଥିଲେ । ଯାହା ଫଳରେ ବୁଲୁ ସେହି ଠାରେ ହିଁ ହୋଇଥିଲେ ଗୁରୁତର । ଖାଲି ସେତିକିରେ ଯୁବକ ମାନଙ୍କ ରାଗ ଶାନ୍ତ ପଡିନଥିଲା ।

ପରେ ତାଙ୍କର ଚାଳ ଘରେ ନିଆଁ ଲଗାଇ ସବୁ କିଛି ଜାଳିପୋଡି ଛାରଖାର କରିଥିଲେ । ଯାହା ଫଳରେ ଘରେ ଥିବା ବହୁ ଆସବାବ ପତ୍ର ଓ ମୂଳ୍ୟବାନ ସାମଗ୍ରୀ ମାନ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଯାହାକୁ ନେଇ ଡେରାବିଶ ଥାନାରେ ଏକ ଏତଲା ପରେ ନାନା ସଂଗୀନ ଦଫା ଲଗାଇ ପୋଲିସ ମାମଲା ରୁଜୁ କରିଛି ସତ ହେଲେ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବାକୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ସଂଦେହ ସୃଷ୍ଟି କରିଛନ୍ତି ପରିବାର ଲୋକେ । ଅନ୍ୟପକ୍ଷେ ମାହାଙ୍ଗା ଥାନା ପୋଲିସର ଏହି ଘଟଣା ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।
ରିପୋର୍ଟ ରଂଜନ କୁମାର ସାହୁ (କେନ୍ଦ୍ରାପଡା)

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login