ଭୁବନେଶ୍ୱର : କମୁଛି ରୁପା ଦର । ବଜାର ତଥ୍ୟ ଅନୁସାରେ ଚଳିତ ମାସ ୧୫ ତାରିଖରେ ରୁପା କେଜି ଏହାର ସର୍ବୋଚ୍ଚ ସ୍ତର ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହାପର ଠାରୁ ସେଥିରେ ଲଗାତାର ଭାବେ ହ୍ରାସ ଘଟୁଛି । କେବଳ ଧନତେରସ୍ ଦିନ ରୁପା କେଜି ୧୩ ହଜାର ଟଙ୍କା ଶସ୍ତା ହୋଇଥିଲା , ଯାହା ଫଳରେ ବିକ୍ରି ମଧ୍ୟ ଅଧିକ ହୋଇଥିଲା । ରୁପାର ଚାହିଦା ବଢ଼ିବାରୁ ତାହାର ଦାମ୍ ବଢ଼ୁଥିଲା । ଦରରେ ଏହି ହ୍ରାସ ଆଗାମୀ ଦିନରେ ଜାରି ରହିବା ଆଶା କରାଯାଉଛି । କେବଳ ରୁପା ନୁହେଁ, ସୁନା ଦର ବି ହ୍ରାସ ପାଇବାରେ ଲାଗିଛି । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୦ ଟଙ୍କା କମ୍ ହୋଇ ୧,୧୯,୭୦୦ ଟଙ୍କାକୁ ହ୍ରାସ ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୧୧୦ ଟଙ୍କା କମ୍ ହୋଇ ୧,୩୦,୫୮୦ ଟଙ୍କା ହୋଇଛି । ଧନତେରସ୍ ଦିନ ୨୨ କ୍ୟାରେଟ୍ ସୁନା ଦାମ୍ ୧୭୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୧୯୧୦ ଟଙ୍କା କମ୍ ହୋଇଥିଲା ।
Views: 66











