ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ପୋଲିସର ଆକ୍ସନ । କଫ ସିରପ କମ୍ପାନୀ ମାଲିକ ଗିରଫ । କଫ୍ ସିରପ ନିର୍ମାତା କମ୍ପାନୀ ଶ୍ରୀସନ ମେଡିକାଲ୍ସ ମାଲିକ ଗିରଫ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ପୋଲିସ । ରଙ୍ଗନାଥନଙ୍କୁ ହେପାଜକୁ ନେଇ ପୋଲିସର ପଚରାଉଚରା । କଫ ସିରପ ପିଇ ମଧ୍ୟପ୍ରଦେଶରେ ୨୧ ଶିଶୁଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶ ପୋଲିସ ଏହି ଗମ୍ଭୀର ମାମଲାକୁ ଦୃଷ୍ଟିରେ ରଖି ଶ୍ରୀସନ ଔଷଧ କମ୍ପାନୀର ପଳାତକ ମାଲିକଙ୍କ ଉପରେ ପୁରସ୍କାର ଘୋଷଣା କରିଥିଲା । ଅଭିଯୁକ୍ତଙ୍କୁ ଗିରଫ କରିବାରେ ସାହାଯ୍ୟ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ୨୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା । କମ୍ପାନୀର ପଳାତକ ମାଲିକମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର SIT ଦଳ ମଧ୍ୟ ଗଠନ କରାଯାଇଥିଲା । ଯାହାର ପରିଣାମ ସ୍ୱରୂପ ରଙ୍ଗନାଥନଙ୍କୁ ଗିରଫ କରାଯାଇଥିଲା । ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ବୁଧବାର କହିଛନ୍ତି ଯେ, ରାଜ୍ୟରେ ୨୦ ଜଣ ଶିଶୁ ଦୂଷିତ କଫ ସିରପ ଖାଇ ମୃତ୍ୟୁବରଣ କରିଛନ୍ତି ଏବଂ ଏହି ଗୁରୁତର ଅବହେଳା ପାଇଁ ତାମିଲନାଡୁ ସରକାର ଦାୟୀ ।
କଫ ସିରପ ଶିଶୁ ମୃତ୍ୟୁ ମାମଲା ; କମ୍ପାନୀ ମାଲିକ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











