The Ultimate Managed Hosting Platform
ADVERTISEMENT

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା; ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ

Facebook
Twitter
LinkedIn

ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତା ଅଭିଯୋଗ ପ୍ରସଙ୍ଗ। ଛାତ୍ର କଂଗ୍ରେସର ବିକ୍ଷୋଭ । ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କଲା ଛାତ୍ର କଂଗ୍ରେସ । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତା ଅଭିଯୋଗ ପରେ ଜୋର ଧରିଛି ରାଜନୀତି । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଶୟୀମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଆଜି ଶତାଧିକ ଛାତ୍ର କଂଗ୍ରେସ ନେତା ଏକାଠି ହୋଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଡକୁ ଆସିଥିଲେ । ଏହି ସମୟରେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲା । କିଛି ସମୟ ପାଇଁ ପୋଲିସ ସହ ମୁହାଁମୁହାଁ ହୋଇଥିଲେ ଛାତ୍ର କଂଗ୍ରେସ ନେତା । ଏହା ପରେ ମନ୍ତ୍ରୀଙ୍କ ଗେଟକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଏହା ସହ ରାସ୍ତାରେ କୁଶପତଳିକା ଦାହ କରି ନାରାବାଜି ଦେଇଥିଲେ । ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login