ବ୍ୟରୋ : ପଣସ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ପାଚନ ଶକ୍ତି ବୃଦ୍ଧି ଏବଂ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଉପଯୋଗୀ । ଏହା ବ୍ୟତୀତ ପଣସରେ ମ୍ୟାଗ୍ନେସିୟମ୍,ପୋଟାସିୟମ୍, ଆଇରନ୍,କ୍ୟାଲସିୟମ ଓ ଫଲିକ୍ ଏସିଡ୍ ପ୍ରଚୁର ମାତ୍ରାରେ ଥିବାରୁ, ଥାଇରଏଡ୍ ରୋଗୀଙ୍କ ପାଇଁ ଏହା ବହୁତ ହିତକାରୀ ହୋଇଥାଏ । ତେବେ ପଣସ ଖାଦ୍ୟରେ ସାମିଲ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ପଣସରେ ଫାଇବରର ଗୁଣ ଥିବାରୁ ହଜମ ଠିକ ଭାବେ ହୋଇଥାଏ । ଅନ୍ତନଳୀ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାଏ । ଏହା କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ ।
ପଣସରେ ଭିଟାମିନ ସି ର ଗୁଣ ଥିବାରୁ ଏହା ଜୀବାଣୁମାନଙ୍କ ସହିତ ଲଢେଇ କରି ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ଏଥିରେ ପୋଟାସିୟମ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହୃଦରୋଗର ଆଶଙ୍କା କମ କରେ।
ଏଥିରେ ଥିବା ଫାଇବର ଗୁଣ କାରଣରୁ ପେଟ ଫୁଲ ଥିବା ଅନୁଭବ କରାଏ । ଯାହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବାରେ ବଡ ଭୂମିକା ନିର୍ବାହ କରେ ।
ପଣସରେ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ଥାଏ, ଯାହା ଆପଣଙ୍କ ହାଡ଼କୁ ମଜବୁତ କରେ ଏବଂ ହାଡ଼ ଜନିତ ସମସ୍ୟାକୁ ଦୂର କରେ ।
କଣ ରହିଛି ପଣସ ଖାଇବାର ଫାଇଦା ? ଜାଣନ୍ତୁ ଏହାର ଉପକାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











