କଟକ : ଭୁବନେଶ୍ୱର ଭଳି କଟକରେ ବି ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି । ସନ୍ଧ୍ୟା ୭ରୁ ରାତି ୯ ଯାଏଁ ୨ ଘଣ୍ଟା ବାଣଫୁଟା ଅନୁମତି । ଏ ନେଇ ସୂଚନା ଦେଲେ କଟକ ଡିସିପି ରିଷିକେଶ ଖିଲାରି । ପୋଲିସର ନଜର ରହିବ , ଖିଲାପ କଲେ କାର୍ଯ୍ୟାନୁଷ୍ଠାନ । କାଳୀପୂଜା ଥିବାରୁ ବିଭିନ୍ନ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ । ବାଣ ଫୁଟାଇବା ସମୟରେ ଛୋଟ ପିଲାମାନଙ୍କ ପାଖରେ ଅଭିଭାବକ ଉପସ୍ଥିତ ରହିବା ଉଚିତ । ସବୁଜ ବାଣ ବ୍ୟବହାର କରି ଦୀପାବଳୀ ପାଳନ କରିବାକୁ କହିଛନ୍ତି ଡିସିପି । କଡ଼ା ନଜର ରଖିବ ପୋଲିସ, ଖିଲାପ କଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Views: 75











