କଟକ : କଟକ ବାରଙ୍ଗରେ ଦୁଷ୍କର୍ମ ଘଟଣା । ମୁଖ୍ୟ ଅଭିଯୁକ୍ତ କୈଳାସ ହେମ୍ବ୍ରମଙ୍କୁ ଗିରଫ କରିଛି ବାରଙ୍ଗ ପୋଲିସ । ଅଭିଯୁକ୍ତର ଘର ଝାଡଖଣ୍ଡରେ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଓ ବାରଙ୍ଗ ପୋଲିସ ପହଁଚି ତଦନ୍ତ ଜାରି ରଖିଛି । ତେବେ ଗତକାଲି ରାତିରେ ଇଟା ଭାଟିରେ କାମ କରୁଥିବା ଜଣେ ଶ୍ରମିକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ । ଏ ନେଇ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଗୁରୁତର ଶିଶୁକନ୍ୟାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Views: 53