କଟକ : ଆଜି କଟକ ସହରରେ ମାଆ କାଳୀଙ୍କ ଭସାଣୀ । ପ୍ରାୟ ୭୦ ପୂଜା ମଣ୍ଡପରୁ ମେଲାଣୀ ନେବେ ମାଆ । ଏ ନେଇ ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ । ୪୦୦ ପୋଲିସ ଅଧିକାରୀ ସଜାଗ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ବିଶେଷ ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ୍ । ତାପୂର୍ବରୁ ସହରର ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ । ଗତକାଲି ରାତିରୁ ବିସର୍ଜନ ଆରମ୍ଭ ହୋଇଛି। କିଛି ମେଢ଼ ଦେବୀଗଡ଼ା କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଛି।ଆଜି ଭସାଣି ଶୋଭାଯାତ୍ରାରେ କଟକ ସହରର ୭୦ ରୁ ଅଧିକ କାଳୀ ମେଢ଼ ସାମିଲ ହେବେ। ବିଶୃଙ୍ଖଳାକାରୀ, ଅପପ୍ରଚର କରୁଥିବା ଏବଂ ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ।
Views: 75











