ନୂଆଦିଲ୍ଲୀ : କଙ୍ଗୋରେ ବଡ଼ ଧରଣର ଭୂସ୍ଖଳନ । ଭୂସ୍ଖଳନରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଅନେକ ଲୋକ ନିଖୋଜ ଥିବା ଖବର ମିଳିଛି । ଏଠିକାର ବୋଲୋବା ଗାଁ ନିକଟରେ ଥିବା ଏକ ନଦୀ ପାଖରେ ଏହି ଭୁସ୍ଖଳନ ହୋଇଛି । ଯେଉଁଥିରେ ଅନେକ ଲୋକ ଫସି ରହିଥିଲେ । ଏପର୍ୟ୍ୟନ୍ତ ୮ ଜଣ ମହିଳା ଏବଂ ୧୩ଜଣ ଶିଶୁଙ୍କ ଶବ ଉଦ୍ଧାର କରାଯାଇଛି । ଖବର ମୁତାବକ, ଯେତେବେଳେ ମହିଳାମାନେ ନଦୀରେ ବାସନ ମାଜିବା ସହ ଲୁଗାପଟା ସଫା କରୁଥିଲେ ସେତିକି ବେଳେ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ସେହି ସମୟରେ ଗାଁର ମହିଳାମାନଙ୍କ ସହିତ ସେମାନଙ୍କ ପିଲାମାନେ ଗାଧଉଥିଲେ । ମାଟି ତଳେ ଏବେବି କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ତେଣୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୩୦ରୁ ଅଧିକ ଲୋକ ମରିଛନ୍ତି । ଗତ ବର୍ଷ ସେପଟେମ୍ବରରେ ମସିସି ଅଞ୍ଚଳରେ ଭୂସ୍ଖଳନରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ।
Views: 75