
ଆନନ୍ଦପୁର : ଖୁସିରେ ଲାଗିଲା ଗ୍ରହଣ । କକା ବାହାଘରରେ ଚାଲିଗଲା ପୁତୁରାର ଜୀବନ । ଗାଁ ପୋଖରୀରେ ବୁଡ଼ି ୨ ବର୍ଷର ନାବାଳକର ମୃତ୍ୟୁ ହୋଇଛି। ମୃତକ କାହ୍ନୁ ମୁର୍ମୁଙ୍କ ପୁଅ ବିରସିଂହ । ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସା ଥାନା ବେଣାପାଟିଆ ଗାଁରେ । ସୂଚନା ଅନୁଯାୟୀ, ସୋମବାର କାହ୍ନୁ ମୁର୍ମୁଙ୍କ ସାନଭାଇର ବାହାଘର । ଏଥିପାଇଁ ପୁରା ପରିବାରରେ ଖୁସିର ମାହୋଲ ଥାଏ । ଠିକ୍ ଏତିକି ଆସିଲା ଏକ ବଡ ଦୁଃଖଦ ଖବର । କାହ୍ନଙ୍କ ୨ ବର୍ଷ ପୁଅ କେତେବେଳେ ଗାଁ ପୋଖରୀକୁ ଯାଇ ସେଠାରେ ପଡିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ବି ପତ୍ତା ମିଳିନଥିଲା । ଶେଷରେ ପରିବାର ଲୋକେ ସନ୍ଦେହ କରି ଗାଁ ପୋଖରୀରେ ଖୋଜିଥିଲେ । ସେହିଠାରେ ୨ ବର୍ଷ ପୁଅର ମୃତଦେହ ପାଇଥିଲେ । ସେପଟେ ଏହି ଘଟଣା ସଂପର୍କରେ ଜାଣି ସୋସୋ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।
Views: 242