The Ultimate Managed Hosting Platform
ADVERTISEMENT

କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧରଙ୍କ ସହ ପତ୍ନୀ ହେମା ଏବଂ ପୁଅ ଶିଶିର ବି ଫେରିଲେ । ଦିଲ୍ଲୀ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର । ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଏବଂ ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସକୁ ପ୍ରତ୍ୟାବର୍ତନ କରିଛନ୍ତି ଏହି ବରିଷ୍ଠ ନେତା । ଗତ ଶନିବାର ନୂଆଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ୟ୍ୟାଳୟରେ ଓଡିଶା ପ୍ରଭାରୀଙ୍କୁ ଭେଟି କଂଗ୍ରେସକୁ ଫେରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଆଜି ବିଧିବଦ୍ଧ ଭାବେ ଗମାଙ୍ଗ ପରିବାର ଏବଂ ସଂଜୟ ଭୋଇ କଂଗ୍ରେସରେ ସାମିଲ ହୋଇଛନ୍ତି । ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ଗିରିଧର ଗମାଙ୍ଗ । ୨୦୨୩ ଅଗଷ୍ଟ ମାସରେ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତି ବିଆରଏସରେ ମିଶିଥିଲେ । କିନ୍ତୁ ବିଆରଏସ ଏବେ ଓଡିଶାରେ ନିଜର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ପାଇଁ ଯୋଜନା କରି ନଥିବାରୁ କଂଗ୍ରେସକୁ ଫେରିବାକୁ ଚିନ୍ତା କରିଥିଲେ ଗିରିଧର ଏବଂ ତାଙ୍କ ପୁଅ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login