ଭୁବନେଶ୍ବର : କଂଗ୍ରେସ ଛାଡିଲେ ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ବଭୂଷଣ ଦାସ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଶ୍ବଭୂଷଣ ପିସିସି ଉପସଭାପତି ଭାବେ କାର୍ୟ୍ୟ କରିବା ସହ ୨୦୦୯ ଓ ୨୦୧୯ ରେ କାକଟପୁରରୁ କଂଗ୍ରେସ ଦଳରୁ ବିଧାୟକ ଭାବେ ଲଢ଼ିଛନ୍ତି । ୨୦୦୯ରେ ବିଶ୍ବଭୂଷଣ ୫୮ ହଜାର ୮୯୩ ଭୋଟ ଓ ୨୦୧୯ରେ ୪୬ ହଜାର ୨୦୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ବିଶ୍ବଭୂଷଣ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଥିଲେ ।
Views: 87











