ନୂଆଦିଲ୍ଲୀ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ବେଙ୍ଗାଲୁରୁ ଏମଏସ ରାମୈୟା ହସ୍ପିଟାଲରେ କରାଯାଉଛି ଚିକିତ୍ସା । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ଖଡଗେ ମଙ୍ଗଳବାର ଠାରୁ ଜ୍ୱର ଏବଂ ପେଟ ଯନ୍ତ୍ରଣାରେ ପୀଡିତ ରହିଥିଲେ । ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ କୌଣସି ଗୁରୁତର ରୋଗରେ ପୀଡିତ ନାହାନ୍ତି । ଖଡଗେ ଅକ୍ଟୋବର ୭ରେ କୋହିମା ଗସ୍ତର କାର୍ୟ୍ୟକ୍ରମ ରହିଛି । ସେଠାରେ ସେ ନାଗା ସଲିଡାରିଟି ପାର୍କରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଲୋକସଭା ସାଂସଦ ଏବଂ ନାଗାଲାଣ୍ଡ ପ୍ରଦେଶ କଂଗ୍ରେସ କମିଟି ସଭାପତି ଏସ. ସୁପୋଙ୍ଗମେରେନ ଜମିର ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ଏବଂ ସମର୍ଥକମାନେ ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି
Views: 38