The Ultimate Managed Hosting Platform
ADVERTISEMENT

ଓହରିଲେ ଜୋ ବାଇଡେନ, ଲଢିବେନି ରାଷ୍ଟ୍ରପତି ନିର୍ବାଚନ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୈାଡରୁ ଓହରିଲେ ଜୋ ବାଇଡେନ । ଦଳୀୟ ଚାପକୁ ସ୍ୱୀକାର କରି ଓହରିବା ନେଇ ସୂଚନା ଜାରି କଲେ । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ପାଇଁ ପ୍ରସ୍ତାବ । ଆମେରିକାର ବିଭିନ୍ନ ମହଲରେ ବାଇଡେନଙ୍କ ଘୋଷଣାକୁ ସ୍ୱାଗତ । ଲୋକପ୍ରିୟତାରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଅଛନ୍ତି ଆଗରେ । ରାଷ୍ଟ୍ର ଉଦ୍ଦେଶ୍ୟରେ ଚିଠି ଲେଖି ବାଇଡେନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ବାଇଡେନ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠିରେ ବାଇଡେନ ଲେଖିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବେ ସେବା କରିବା ଜୀବନର ସବୁଠୁ ସମ୍ମାନର ବିଷୟ । ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ମୋର ଇଛା ଥିଲା । କିନ୍ତୁ ଦେଶ ଓ ଡେମୋକ୍ରାଟିକ ପାର୍ଟିର ହିତକୁ ଅଖିରେ ରଖି ପୁଣି ଥରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି । କେବଳ ରାଷ୍ଟ୍ରପତି ଭାବେ କାର୍ୟ୍ୟକାଳ ପୂରା କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଚିଠିରେ ଲେଖିଛନ୍ତି ଜୋ ବାଇଡେନ । ଏଥିସହ ଚଳିତ ସପ୍ତାହରେ ଦେଶବାସୀଙ୍କୁ ସମ୍ୱୋଧନ କରିବେ ବୋଲି ବାଇଡେନ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login