ନୂଆଦିଲ୍ଲୀ : ଓଲଟିଲା ଯାତ୍ରୀବାହୀ ବସ । ମଧ୍ୟ ପ୍ରଦେଶର ଉଜ୍ଜୈନରେ ଶୁକ୍ରବାର ରାତିରେ ଘଙ୍କିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜିଲ୍ଲାର ଖାଚରୋଦ୍ ଅଞ୍ଚଳରେ। ପ୍ରବଳ ବର୍ଷା ଏବଂ ଅନ୍ଧାର ହେତୁ ବସ୍ଟି ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ମିଳିଥିବା ସୂଚନା ମୁତାବକ, ବସ୍ଟି ଇନ୍ଦୋରରୁ ଯୋଧପୁର ଯାଉଥିବା ବେଳେ ଫର୍ଣ୍ଣାଖେଡି ଟର୍ଣ୍ଣଠାରେ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଏହା ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ବସ୍ କଣ୍ଡକ୍ଟର ଏବଂ ଜଣେ ଯାତ୍ରୀ ବସ୍ ଭିତରେ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନାଗଡା, ଜାଭରାର ସିଏସ୍ପି, ଏସଡିଏମ, ପୋଲିସ ଫୋର୍ସ ଏବଂ ସ୍ଥାନୀୟ ବିଧାୟକ ଦିଲ୍ଲୀପ ଗୁରଜର ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ଘଟିବା ପରେ ସେନାର ଯବାନମାନେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୭ ଜଣଙ୍କୁ ଜାଭରା ଏବଂ ଜଣଙ୍କୁ ନାଗଡା ଡାକ୍ତରଖାନା ପଠାଯାଇଥିଲା।
ଓଲଟିଲା ଯାତ୍ରୀବାହୀ ବସ , କଣ୍ଡକ୍ଟର ସମେତ ୩ ମୃତ , ୮ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











