ଭୋପାଳ :ଘାଟିକୁ ଖସିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ୧୪ ମୃତ, ୨୦ ଆହତ । ମଧ୍ୟପ୍ରଦେଶ ଡିନେ୍ଦାରୀ ବାଦଝାର ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ପିକଅପ ଭ୍ୟାନ । ଏକ ଶାଦ ଖିଆ କାର୍ୟ୍ୟକ୍ରମରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ପରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Views: 79











