ଭଦ୍ରକ : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଖାନା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଲକତାରୁ ବସ ଯୋଗେ ପୁରୀ ଯାଉଥିଲେ ପ୍ରାୟ ୭୦ ତୀର୍ଥ ଯାତ୍ରୀ ।
ସୂଚନା ମୁତାବକ, ଆଜି ପଶ୍ଚିମବଙ୍ଗ ରୁ ଗୋଟିଏ ଟୁରିଷ୍ଟ ବସ୍ ତୀର୍ଥଯାତ୍ରୀ ମାନଙ୍କୁ ନେଇ ପୁରୀ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ବସିଥିଲା । ଯାହାଫଳରେ ଗାଡିଟି ରାସ୍ତା ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକ ମାନେ ବସ୍ ଭିତରୁ ଆହତ ଯାତ୍ରୀ ମାନଙ୍କୁ ବାହାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ପଠାଇଛନ୍ତି ।
Views: 91