The Ultimate Managed Hosting Platform
ADVERTISEMENT

“ଓଡିଶାରେ ଶାସନ ବ୍ୟବସ୍ଥା ହାଇଜାକ”

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତେର୍ଚ୍ଛା ବାଣ । ଓଡିଶାରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଛି କହିଲେ ଅପରାଜିତା । ପ୍ରେସମିଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଡା ମନ୍ତବ୍ୟ । ଜଣେ ସଚିବ ସ୍ତରୀୟ ଅଧିକାରୀ ଶାସନ ବ୍ୟବସ୍ଥା ହାଇଜାକ କରିଛନ୍ତି । ଲୋକ ଯାହାକୁ ଆସ୍ଥା କରିଥିିଲେ ସେ ଲୋକ ପ୍ରତିନିଧି ଦିଶୁନାହାନ୍ତି । ଓଙ୍ଗିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି । ଅନ୍ୟ ରାଜ୍ୟରେ ବି କଥା ହେଲେଣି । ବାହାର ରାଜ୍ୟର ଲୋକ ଆମ ଉପରେ ଲୋକଙ୍କ ଉପରେ ହସୁଛନ୍ତି । ଉକ୍ତ ଅଧିକାରୀଙ୍କ ଗସ୍ତ ପୂର୍ବରୁ ୨-୩ ମନ୍ତ୍ରୀ ସେଠିକୁ ଯାଇ ବ୍ୟବସ୍ଥା କରୁଛନ୍ତି । ମିଟିଂ ବେଳକୁ କେବଳ ସେହି ଅଧିକାରୀ ରହିବେ , ଆଉ କେହି ଦିଶୁ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ସେ ବୁଲୁଥିବା କହିଛନ୍ତି ଅପରାଜିତା । ସତରେ କଣ ମୁଖମନ୍ତ୍ରୀ ଏଭଳି ନିଦେ୍ର୍ଦଶ ଦେଇଛନ୍ତି , ସ୍ପଷ୍ଟ କରାଯାଉ । ଯଦି ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ , ତେବେ ଓଡିଶା ଶାସନ ବ୍ୟବସ୍ଥାରେ ବଡ ପ୍ରଶ୍ନ ଲାଗିଛି । ମୁଖ୍ୟ ସଚିବ ଓ ଡିସି ଅଛନ୍ତି , ତାଙ୍କ ଉପରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହେଲାନି । ନିୟମ ଅଛି , କୈାଣସି ସରକାରୀ ଅଧିକାରୀ ମିଟିଂ କରିପାରିବେ ନାହିଁ । ଅଲ୍ ଇତ୍ପିଆ ସର୍ଭିସ ରୁଲର ଖୋଲା ଉଲ୍ଲଂଘନ କରାଯାଉଛି । ୨୪ ଘଣ୍ଟା ସମୟ ଦେଲି ବିଜେଡି ମୋ ଯୁକ୍ତିର କାଉଣ୍ଟର କରୁ । ଅନ୍ୟପଟେ ମନ୍ତ୍ରୀ , ବିଧାୟକଙ୍କୁ ଦାୟତ୍ୱ ସ୍ୱୀକାର କରିବାକୁ ପଡୁଛି କହିଲେ ଅପରାଜିତା । ସଂପୃକ୍ତ ସଚିବ ଯୁଆଡେ ଯାଉଛନ୍ତି ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି । ତାଙ୍କ ଉପରେ ଫୁଲ ପକାଯିବା , ପାଦ ଧୋଇବା ଫଟୋ ଆସୁଛି । ୨-୩ ଜଣ ମନ୍ତ୍ରୀ ଏସବୁ ବ୍ୟବସ୍ଥା କରୁଥିବା କୁହାଯାଉଛି । ସେଠାରେ ସ୍ଥାନୀୟ ସାଂସଦ ଓ ବିଧାୟକ ମାନଙ୍କୁ ଦେଖାଯାଉ ନାହିଁ ।
ସେପଟେ ପ୍ରେସମିଟରେ ଖୋଲା ଚାଲେଞ୍ଜ କଲେ ସାଂସଦ ଅପରାଜିତା ଷଡଙ୍ଗୀ । ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ କହିଲେ ଅପରାଜିତା । ସରକାରୀ ଚାକିରି କରିବ , ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login