ଭୁବନେଶ୍ୱର : ଚିନ୍ତା ବଢାଇଲା ୨୦୨୨ ଏନସିଆରବି ରିପୋର୍ଟ । ୨୦୨୧ ତୁଳନାରେ ୨୦୨୨ରେ ବଢିଛି ମହିଳା ଓ ଶିଶୁ ବିରୋଧୀ ଅପରାଧ । ଦେଶରେ ମହିଳା ବିରୋଧୀ ୪ ପ୍ରତିଶ. ଶିଶୁ ବିରୋଧୀ ଅପରାଧ ୮.୭ ପ୍ରତିଶତ ବଢିଛି । ଚିନ୍ତା ବଢାଇଛି ଅର୍ଥନୈତିକ ଅପରାଧ , ଦୁର୍ନୀତି ଓ ସାଇବର ଅପରାଧ । ସାଇବର ଅପରାଧ ୨୪.୪, ଅର୍ଥନୈତିକ ୧୧.୧, ଦୁର୍ନୀତି ୧୦.୦୫ ପ୍ରତିଶତ ବଢିଛି । ଓଡିଶାରେ ବି ସବୁ ପ୍ରକାର ଅପରାଧର ମାତ୍ରା ବଢିଥିବା ରିପୋର୍ଟ । ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧି ମାମଲା ହୋଇଥିଲା । ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ରେ ପହଁଚିଛି । ୨୦୨୨ରେ ରାଜ୍ୟରେ ୧,୩୭୯ ହତ୍ୟା ମାମଲା ରେ ୧୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ବାର୍ଷିକ ଲକ୍ଷେ ଲୋକରେ ୩ ଜଣ ହତ୍ୟାର ଶିକାର ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ମହିଳା ଅସଦାଚରଣରେ ଦେଶରେ ୪ ନମ୍ବର ସ୍ଥାନରେ ରହିଛି ଓଡିଶା । ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଓଡିଶା ।
Views: 117











