ଭୁବନେଶ୍ୱର : ଆଳୁ ସଙ୍କଟ ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ଏଥିସହ ସେ କହିଛନ୍ତି ଆଳୁ ସାଧାରଣତ ପଶ୍ଚିମବଙ୍ଗ ଆମଦାନୀ କରି ରାଜ୍ୟବାସୀ ଚାହିଦା ମେଣ୍ଟାଇଥାନ୍ତି ମାତ୍ର ଗତବର୍ଷ ଅର୍ଥାତ ୨୦୨୪ ମସିହା ଜୁଲାଇ ମାସରେ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁର ରପ୍ତାନି ଉପରେ କଟକଣା ଲାଗୁ କରିବାରୁ ରାଜ୍ୟରେ ସାମୟିକ ଆଳୁ ସଂଙ୍କଟ ଦେଖାଯିବା ସଙ୍ଗେ ସଙ୍ଗେ ଏହାର ମୁଲ୍ୟରେ ବୃଦ୍ଧି ଘଟିଥଲା । ଏହି ସାମୟିକ ବୃଦ୍ଧିକୁ ରୋକିବା ପାଇଁ ମଧ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି , ଏହାର ଆମଦାନୀ କରି ରାଜ୍ୟର ପ୍ରମୁଖ ସହର ଯଥା ଭୁବନେଶ୍ବର , କଟକ ସମ୍ବଲପୁର , ରାଉରକେଲା , ବ୍ରହ୍ମପୁର , ବାଲେଶ୍ବର , ଜୟପୁର ଓ ବଲାଙ୍ଗିର ଆଦି ସ୍ଥାନମାନଙ୍କରେ ଲୋକଙ୍କୁ ଯୋଗାଣ କରାଯାଇଥିଲା , ୨୦୨୪ରେ ଓଡ଼ିଶାରେ ଆଳୁ ସଙ୍କଟ ବେଳେ ଉତ୍ତର ପ୍ରଦେଶ ରୁ ୬୦୦ କୁଇଣ୍ଟାଲ ଆଳୁ ଓଡ଼ିଶା ଆସିଛି ।
Views: 18