ଭୁବନେଶ୍ୱର : ଓଡିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ମିଳିବ ପଦକ । ଏଏସପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଓଡିଶାର ୯ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ୯ ଜଣଙ୍କ ଭିତରେ ଜଣେ ସବଇନିସପେକ୍ଟର, ଜଣେ କନେଷ୍ଟବଳ, ଦୁଇ ଜଣ ଓଏପିଏଫ, ଜଣେ ହାବିଲଦାର ଓ ୪ ଜଣ କମାଣ୍ଡୋ ଅଛନ୍ତି । ସେହିପରି ୧୧ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ । ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧ହଜାର ୯୦ଙ୍କୁ ମିଳିବ ମେଡାଲ । ପୋଲିସ, ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ । ୨୩୩ ଜଣଙ୍କୁ ଗାଲାଣ୍ଟ୍ରି, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ ।
Views: 88











