ସମ୍ବଲପୁର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ମହାତ୍ମା ଗାନ୍ଧି ଜୟନ୍ତୀରେ ସାରା ଦେଶରେ ନେତା ,ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛନ୍ତି । ସ୍କୁଲ କଲେଜ ମାନଙ୍କରେ ଗାନ୍ଧି ଜୟନ୍ତୀ ଖୁବ ଧୁମଧାମରେ ପାଳନ କରାଯାଉଛି । ଆପଣ ଜାଣିଛନ୍ତି ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓଡିଶାର ଏକ ମନ୍ଦିରରେ ଆଜି ବି ପୂଜା ପାଉଛି । ଓଡିଶାର ସମ୍ବଲପୁରରେ ରହିଛି ଏକମାତ୍ର ମନ୍ଦିର, ଯେଉଁଠି ପୂଜା ପାଆନ୍ତି ମହାତ୍ମାଗାନ୍ଧୀ । ସମ୍ବଲପୁର ଭତରାରେ ଏହି ମନ୍ଦିର ରହିଥିବା ବେଳେ ଆଜି ଗାନ୍ଧୀ ଜୟନ୍ତୀ ଧୁମଧାମରେ ପାଳନ ହେଉଛି । ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ୧୯୭୪ ମସିହାରେ ତିଆରି ହୋଇଥିବା ଏହି ଗାନ୍ଧୀ ମନ୍ଦିର ସାରା ଓଡିଶାବାସୀଙ୍କ ପାଇଁ ପାଲଟିଛି ସ୍ମୃତିପୀଠ ।
Views: 89











