ଭୁବନେଶ୍ୱର : ପୁଣି ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ଭାଷଣ ଚାଲିଥିବା ବେଳେ ବିଜୁଳି କଟିବା ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫିକୁ ନେଇ ଉଠିଛି ପ୍ରଶ୍ନ । ଯଶୋବନ୍ତ ବେହେରା ନାମକ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ସାମନାରେ ଠିଆ ହୋଇ, ତାର ପାହାଚରେ ବସି ଓ ତାଉପରେ ହାତ ରଖି ଫଟୋ ଉଠାଇଥିଲେ । କଡ଼ା ସୁରକ୍ଷା ବଳୟ ଭେଦି କିଭଳି ହେଲିକପ୍ଟର ସାମନାରେ ବସି ଫଟୋ ଉଠାଇଲେ ? ଫାର୍ମାସିଷ୍ଟ କହିଛନ୍ତି, ଏକ ଅଭୁଲା ସ୍ମୃତି ଭାବେ ଫଟୋ ରଖିବାକୁ ଚାହିଁ ଏଭଳି କରିଥିଲେ । ପରେ ନିଜ ଫେସ୍ବୁକ ଆକାଉଣ୍ଟରୁ ଫଟୋ ସବୁକୁ ଡିଲିଟ୍ କରି ଦେଇଛନ୍ତି ଯଶୋବନ୍ତ । ଅନୁମତି ନେଇ ଫଟୋ ଉଠାଇଥିବା କହୁଥିବା ବେଳେ ତାଙ୍କୁ ଏଥିପାଇଁ କିଏ ଅନୁମତି ଦେଲା ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଜୁଳି ଚାଲିଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ସେଲଫି ଘଟଣା ସାମନାକୁ ଆସିଛି । ଗତ ୫ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲି ନିକଟରେ ପହଞ୍ଚିଥିଲେ । ସେଠାରୁ ସିଧାସଳଖ ରୋଡ୍ଡ୍ରେ ଅଭୟାରଣ୍ଣ୍ୟ ଭିତରକୁ ପ୍ରବେଶ କରିଥିଲେ । ରାଷ୍ଟ୍ରପତି ଯିବା ପରେ ହେଲିପ୍ୟାଡରେ ଡିଉଟି ପଡିଥିବା ଜଣେ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ନିକଟରେ ସେଲ୍ଫି ନେଇଥିଲେ । ଫଟଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଫାର୍ମାସିଷ୍ଟ । ରାଷ୍ଟ୍ରପତିଙ୍କ ସହ ୩ଟି ହେଲିକପ୍ଟର ଆସିଥିଲା ।
ଓଡିଶା ଗସ୍ତ ବେଳେ ସୁରକ୍ଷାର ଉଲ୍ଲଂଘନ, ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











