ଘୁମୁସର : ଦୀର୍ଘ ୪ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି । ନେତୃତ୍ବରେ ଭୃଣ ହତ୍ୟା କରୁଛନ୍ତି ଓଡିଶା ସରକାର । ଆଜି ଏବିଭିପି ଘୁମୁସର ଜିଲ୍ଲା ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ପ୍ରକାର ବାହାନ ଦେଖାଇ କ୍ୟାମ୍ପସ୍ ରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ କଥା ରାଜ୍ୟ ସରକାର କହିଥିଲେ । କିନ୍ତୁ ଶୈକ୍ଷିକ ବାତାବରଣ ର ଉଦହାରଣ କଣ ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ନାକ୍ ଗ୍ରେଡ୍ କମିବା?, ମହର୍ଷି ମହାବିଦ୍ୟାଳୟ, ବିଜେବି କଲେଜ ରେ ଅଣଛାତ୍ର ମାନଙ୍କ ଆତଙ୍କ ରାଜ, ନା ଗଞ୍ଜାମ୍ ର ବିନାୟକ ଆଚାର୍ୟ୍ୟ କଲେଜରେ ରାଗିଗିଂ ଘଟଣା ରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି କନଭେନର ଙ୍କ ସମ୍ପୃକ୍ତି ଓ କ୍ୟାମ୍ପସକୁ ଗୁଣ୍ଡାରାଜ ଦ୍ୱାରା ଚଳାଇବା ପାଇଁ ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରଖା ଯାଇଛି ।
ଏବେ ଆଉ ଗୋଟିଏ ଦୃଶ୍ୟ ବି ସାମ୍ନାକୁ ଆସୁଚି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ କାର୍ୟ୍ୟକ୍ରମରେ କ୍ୟାମ୍ପସ୍ ବିଦ୍ୟାର୍ଥୀମାନଙ୍କୁ ଅଧ୍ୟକ୍ଷ ମାନେ ବସରେ ସଭାକୁ ନେଇ କରି ଯାଉଛନ୍ତି । ଢେଙ୍କାନାଳ ରେ ମଠକରୋଗଳ କଲେଜର ବିଦ୍ୟାର୍ଥୀମାନଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣା ଗ୍ରସ୍ତ ହେଲା । ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଏନଏସସିବି କଲେଜ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ବାତିଲ କରାଇ ବସ ରେ ପଠା ଯାଉଥିଲା ଯାହାକୁ ଏବିଭିପି ଜୋରଦାର୍ ବିରୋଧ କରିଛି । ପ୍ରଶ୍ନ ଉଠୁଛି ଏହି ସବୁ ଘଟଣାରେ ଦାୟୀ କିଏ ରହିବ କାହା ପ୍ରରୋଚନାରେ କଲେଜ ଅଧ୍ୟକ୍ଷ ମାନେ ବିଜୁ ଛାତ୍ର ଜନତା ଦଳ ଅଧ୍ୟକ୍ଷ ଭଳି ସଚିବଙ୍କ କାର୍ୟ୍ୟକ୍ରମକୁ ସଂଖ୍ୟା ଯୋଗାଡୁଛନ୍ତି ।
ଆଜି ରାଜ୍ୟରେ ଅଧ୍ୟାପକ ପଦବୀ ଖାଲି ପଡିଛି । କ୍ୟାମ୍ପସରେ ଦୁର୍ନୀତି ବଢିବାରେ ଲାଗିଛନ୍ତି । ବାଙ୍କୀ କଲେଜରେ ଗ୍ୟାଲେରୀ ଭୁଶୁଡ଼ିଯାଉଚି, ରମାଦେବୀ ବିଶ୍ୱବିଦ୍ୟାଳୟର ୫ଟି ପାଚେରୀ ଭୁଶୁଡ଼ିଯାଉଚି, ଭଦ୍ରକ କଲେଜରେ ଜାଲ ସାର୍ଟିଫିକେଟ୍ ଘଟଣା ସାମ୍ନାକୁ ଆସିଲା । କ୍ୟାମ୍ପସ୍ ରେ ମାଳ ମାଳ ସମସ୍ୟା ତାରା ସମାଧାନ କରିବାରେ ରାଜ୍ୟ ବିଫଳ ବୋଲି ଜିଲ୍ଲା ସଂଯୋଯକ. ରାକେସ ଜେନା କହିଛନ୍ତି । କିଛି ଦିନ ତଳେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ୟ୍ୟକାରିଣୀ ରେ ଏଇ ବିଷୟରେ ଚର୍ଚ୍ଚା ହେଲା କି? ରାଜ୍ୟର ଶିକ୍ଷା ର ସମସ୍ୟା ବିଷୟରେ ସ୍ଵର ଉତ୍ତୋଳନ କରିବ କି ବିଜୁ ଛାତ୍ର ଜନତା ଦଳ । ରାକେଶ ଜେନା ଦାବି କରିଛନ୍ତି ଯେ ତୁରନ୍ତ ରାଜ୍ୟ ସରାକର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ, ରାଜ୍ୟର ଶିକ୍ଷା ସମସ୍ୟା ର ସମାଧାନ କରନ୍ତୁ ଅଧ୍ୟାପକ ପଦବୀ ପୁରଣ କରନ୍ତୁ ଓ ସଚିବଙ୍କ ପାଇଁ କଲେଜ ଅଧ୍ୟକ୍ଷ ମାନଙ୍କ ସଂଖ୍ୟା ଯୋଗଡ କରିବା ବନ୍ଦ କରନ୍ତୁ ଅନ୍ୟଥା ଆଗାମୀ ଦିନରେ ୟାର ସମାଧାନ ନ ହେଲେ କ୍ୟାମ୍ପସ୍ ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୟା ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବ ।
ଜିଲ୍ଲାର ସମସ୍ୟା –
ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ଶୌଚାଳୟ ଓ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନ ଧରି ସମାଧାନ ହୋଇପାରୁ ନାହିଁ ଏହା ପତି ଦୃଷ୍ଟି ଦବା ପାଇଁ ଅନୁରୋଧ ।ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବଳଦେବଜୀଉ ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ମାନ ଙ୍କ ସୁରକ୍ଷା ପାଇଁ ମହାବିଦ୍ୟାଳୟ କତୃପକ୍ଷ ଧ୍ୟାନ ଦିଅନ୍ତୁ । ବୁଗୁଡ଼ା ମହାବିଦ୍ୟାଳୟ ରେ ପିଲା ଙ୍କୁ ପାନୀୟ ଜଳ ପାଇଁ ବହୁ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି । ମାନିତରା ବିଜ୍ଞାନ ମହାବିଦ୍ୟାଳୟ ରେ ଅଣଛାତ୍ର ପ୍ରବେଶ ରୋକିବା ପାଇଁ ବିଦ୍ୟାର୍ଥୀ ପରିଷଦ ଦାବି କରୁଛୁ । ମହାବିଦ୍ୟାଳୟ ଗୁଡ଼ିକ ରେ ପିଲା ଙ୍କ ପାଇଁ ସାଇକଲ ଷ୍ଟାଣ୍ଡ କରିବା ପାଇଁ ଅନୁରୋଧ କରୁଛୁ । ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ କମନ ରୁମ୍ କରିବା ପାଇଁ ଦାବି କରୁଛୁ । ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ଲାଇବ୍ରେରୀ ଥିଲେ ମଧ୍ୟ ପିଲା ଙ୍କୁ ସଠିକ୍ ଭବେ ବହି ମିଳି ପାରୁନାହିଁ ? ବୁଗୁଡ଼ା ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଲାଇବ୍ରେରୀ ର ବ୍ୟବସ୍ଥା କରିବା କୁ ଦାବି କରୁଛୁ ? ବୁଗୁଡ଼ା ସଂସ୍କୃତ ମହାବିଦ୍ୟାଳୟ ରେ ୨ ଟି କ୍ଲାସ ରେ ପାଠ ପଢା ଯାଉଅଛି ଏହା ଓଡ଼ିଶାର ଶିକ୍ଷ୍ୟା ବ୍ୟବସ୍ଥା ର ବାସ୍ତବ ଚିତ୍ର ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଘୁମୁସର ଜିଲ୍ଲା ର ସର୍ବ ପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଆଜି ପଯନ୍ତ୍ୟ ର ମାନ୍ୟତା ମିଳିପାରି ନାହିଁ ? ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ମାନ ଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଉ । ଜିଲ୍ଲାର ଶିକ୍ଷା ସମସ୍ୟା ସମାଧାନ ସହ ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା ହେଉ !!
ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର : ଏବିଭିପି
Facebook
Twitter
LinkedIn
Facebook
Twitter
LinkedIn
Recent News
Parhaat Sweepstakes Casinon bonukset ilman talletusta oikean rahan palkintoihin elokuussa 2026
Kun olet valinnut talletusvapaan kasinobonuksen ja lunastanut sen (varmista), Pottila alue että täytät kierrätysvaatimukset annetun aikarajan sisällä. Etsitpä sitten uutta...
The official website for Indian players is RajBet Online Casino.
No additional promo code is mandatory for base participation; the bonus relates to the initial deposit and fulfills standard wagering...
Top 10 USA Online Casinos for Real Money support and incident response before launch Gambling in 2026
This blackjack game offers the best odds of any in the US. If the dealer busted with a 22, remaining...
Top Online Casinos for Real Money in 2026
New players in the online gambling world are advised to use cryptocurrency when engaging with top mobile casinos. By depositing...







