କଟକ: ଓଡ଼ିଶା ହାଇକୋର୍ଟ ଆନୁକୂଲ୍ୟରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଡିଜିଟାଇଜେସନ, ପେପର୍ ଲେସ୍ କୋର୍ଟ ଓ ଇ-ଇନିସିଏଟିଭ୍ ଶୀର୍ଷକ ଜାତୀୟ ସମ୍ମିଳନୀ ଚାଲିଛି । ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦାଲ ପ୍ରମୁଖ ଅତିଥି ଯୋଗ ଦେଇଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ହାଇକୋର୍ଟ ବିଚାରପତି ସାମିଲ ହୋଇଛନ୍ତି । ଡିଜିଟାଇଜେସନ ଓ ପେପର ଲେସ୍ କୋର୍ଟକୁ କାର୍ୟ୍ୟକାରି କରିବାରେ ଓଡ଼ିଶା ଏବେ ସାରା ଦେଶରେ ରୋଲ୍ ମଡେଲ ସାଜିଛି । ଏ ସଂପର୍କରେ ଦୁଇ ଦିନରେ ବିସ୍ତୃତ ଭାବେ ଆଲୋଚନା କରାଯିବ।
Views: 71