The Ultimate Managed Hosting Platform
ADVERTISEMENT

ଓଡ଼ିଶ ପଞ୍ଚାୟତରେ ବିଜେପିର “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ କାଦୁଅପଡା ମଣ୍ଡଳ ସଭାପତି ଧନେଶ୍ୱର ରାୟଙ୍କ ନେତୃତ୍ୱରେ “ମୋ ମାଟି ମୋ ଦେଶ” ପାଇଁ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ମୁଖ୍ୟ ଆତିଥ୍ୟ ଭାବରେ ଯୋଗ ଦେଇ କହିଥିଲେ ଦେଶର ଏହି ଅମୃତ ମହୋତ୍ସବ ସମୟରେ ଆମ ଦେଶର ପ୍ରତ୍ୟେକ ଘର ଅଗଣାରୁ ମାଟି ଆଦାୟ କରାଯାଇ ଦିଲ୍ଲୀର କର୍ତବ୍ୟ ପଥରେ ସ୍ଥାପନ କରାଯିବ।ଏହି ମାଟି ଗୁଡିକ ସଂଗ୍ରହ କରାଯାଇ ଜିଲ୍ଲାର ସମସ୍ତ ବ୍ଲକରୁ ଗୋଟିଏ ଗୋଟିଏ କଳସ ଭୁବନେଶ୍ୱରରେ ପହଂଚିବା ପରେ ଏକ ସ୍ୱତନ୍ତ୍ର ରେଳରେ ଦିଲ୍ଲୀ ଯିବ।ସେଠାରେ ପ୍ରବାସୀ ଓଡ଼ିଆ ଭାଇ ମାନେ କଳସି ଗୁଡିକୁ ସ୍ୱାଗତ ସମ୍ବର୍ଦ୍ଧନା କଲାପରେ ଏହା କର୍ତ୍ତବ୍ୟ ପଥରେ ସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉପସଭାପତି ହୃଷିକେଶ ନନ୍ଦ ଓଡିଶ ଗ୍ରାମର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରରୁ ପୂଜାଚାର୍ଣ୍ଣ କରି କଳସ ଧରି ଯାତ୍ରା ଆରମ୍ଭ କରିଥିଲେ। ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ବିସ୍ତାରକ ତ୍ରିନାଥ ବରାଳ, ଲିଙ୍ଗରାଜ ଲେଙ୍କା, ପ୍ରଦୀପ ସେଠୀଙ୍କ ସହିତ ଶତାଧିକ ବିଜେପି କର୍ମୀ ଯୋଗଦେଇ ଓଡିଶ, ବଣିଆ ସାହି ଢିଅ କୁତମଚଣ୍ଡୀ ମନ୍ଦିର,ଅବିଧା ନନ୍ଦ ପୁର, ବାଲିକୁଦର ଶ୍ରୀରାମ ମଦିରରୁ ମାଟି ସଂଗ୍ରହ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ବିଦୁ ଭୂଷଣ ସାହୁ, ବିଶ୍ୱ ରଞ୍ଜନ ପୁହାଣ,ଗଣେଶ ବିଶ୍ୱକ୍ଷଳ, ପ୍ରମୋଦ ଦାସ,ଉପସକ୍ଷହୁ, ପ୍ରଶାନ୍ତ ବାରିକ, ପ୍ଲାବନ ତ୍ରିପାଠୀ, ଦିଲ୍ଲୀପ ନାୟକ, ମୁର୍ତ୍ତୃ ଜୟ ମହାନ୍ତି, ସାରଦା ଦୁବେ, ବିଜୟ ମହାନ୍ତି, ପ୍ରଶାନ୍ତ ମହାନ୍ତି ପ୍ରଭୁତି ଯୋଗ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login