The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ଓଜନ କମାଇବାକୁ ଚାହୁଁଛନ୍ତି କି ? ରାତି ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

Facebook
Twitter
LinkedIn

ଆପଣ ସବୁବେଳେ ଶୁଣିଥିବେ ଓଜନ କମାଇବାକୁ ହେଲେ ଅନେକ ଖାଦ୍ୟ ଛାଡିବାକୁ ହୁଏ। କୁହାଯାଏ ଯେ ରାତିରେ ଅଧିକ ଖାଇଲେ ହଜମ କ୍ରିୟା ଠିକ୍‌ ସେ ହୋଇପାରେ ନାହିଁ । ବେଳେ ବେଳେ ମଧ୍ୟ ଓଜନ ମଧ୍ୟ ବଢିଯାଏ। ତେଣୁ ଏମିତି କିଛି ଲୋକଙ୍କୁ ଦେଖିଥିବେ । ଯିଏ ଦିନରେ ଖାଇଥାନ୍ତି ରାତିରେ ଖାଇବା ବନ୍ଦ କରିନ୍ତି। ଯଦି ଆପଣ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି, ତାହେଲେ ଓଜନ କମାଇବା ପାଇଁ ଆପଣଙ୍କୁ ଖାଦ୍ୟ ନଖାଇବା ପରିବର୍ତ୍ତେ ଯଦି କିଛି ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ କୁହାଯାଏ, ତାହେଲେ ଆପଣ ନିଶ୍ଚୟ ଖୁସିହେବେ। 

ସାଧାରଣତଃ ଡାକ୍ତରମାନେ ରାତିରେ ହାଲୁକା ଖାଦ୍ୟ ଖାଇବାକୁ କୁହାଯାଇଥାଏ। ଯଦି ଆପଣ ଓଜନ କମାଇବା ପାଇଁ ଚାହୁଁଛନ୍ତି ତାହାଲେ ରାତିରେ କଣ ଖାଇବେ । ଯାହା ହାଲୁକା ହେବା ସହିତ ଓଜନ ବି କମାଇବ ତାକୁ ନେଇ ଚିନ୍ତିତ ଅଛନ୍ତି, ତାହେଲେ ଆଉ ଚିନ୍ତା କରନ୍ତୁନାହିଁ। ବିନା ଦ୍ବିଧାରେ ନିମ୍ନୋକ୍ତ ଖାଦ୍ୟରେ ପେଟ ଭରି, ନିଜ ଓଜନ କମାନ୍ତୁ।

ଓଟ୍ସକୁ କ୍ଷୀରରେ ମିଶାଇ ଜଳଖିଆରେ ଖାଇବା ସାଧାରଣ କଥା। କିନ୍ତୁ ଏହାକୁ ରାତିରେ କ୍ଷୀରରେ ମିଶାଇ ଖାଇବା ସମସ୍ତଙ୍କୁ ଭଲ ନ ଲାଗିପାରେ। ସେଥିପାଇଁ ଆପଣ ଓଟ୍ସର ଚଟପଟି ଖେଚେଡି ବନେଇ ପାରିବେ। ଓଟ୍ସ କୁ ଗୁଣ୍ଡକରି ଅଟାରେ ମିଶାଇ ରୋଟି ତିଆରି କରିପାରିବେ। ଏହା ବ୍ୟତୀତ ଓଟ୍ସରେ ଇଡ୍ଲୀ କିମ୍ବା ଚକୁଳି ମଧ୍ୟ ବନାଇପାରିବେ। ଏସବୁ ପାଟିକୁ ସ୍ବାଦିଷ୍ଟ ଲାଗିବା ସହିତ ଆପଣଙ୍କ ପାଚନ କ୍ରିୟାକୁ ଉନ୍ନତ କରିବ ଏବଂ ଓଜନ ବି ବଢାଇବ ନାହିଁ।

ଶାଗୁଦାନା ଖେଚୁଡି-ଶାଗୁଦାନା ଖେଚୁଡିକୁ ମଧ୍ୟ ରାତିରେ ହାଲୁକା ଖାଦ୍ୟ ରୂପେ ଖାଇପାରିବେ। ଏମିତିରେ ଏହାକୁ ଜଳଖିଆରେ ଖାଇ ପାରିବେ କିନ୍ତୁ ରାତିରେ ଖେଚୁଡି ଏକ ଭଲ ବିକଳ୍ପ ଅଟେ। ଏହା ବ୍ୟତୀତ ସାଧାରଣ ଭାବେ ପ୍ରସ୍ତୁତ କରାଯାଉଥିବା ଖେଚୁଡି ମଧ୍ୟ ଖାଇବା ପାଇଁ ଭଲ ହୋଇଥାଏ।

ବ୍ରାଉନ ବ୍ରେଡ୍ ଏବଂ ପିନଟ୍ ବଟର୍-ଯଦି ଘରେ ଅତ୍ୟଧିକ ମସଲା ଓ ଚଟ୍‌ପଟା ଖାଦ୍ୟ ପ୍ରସ୍ତୁତ ହୋଇଛି ଏବଂ ଏହାକୁ ଖାଇବାକୁ ଆପଣଙ୍କର ମନ ହେଉନାହିଁ, ତାହେଲେ ପିନଟ୍ ବଟର୍ ସାଙ୍ଗେ ବ୍ରାଉନ୍ ବ୍ରେଡ୍ ଏକ ବହୁତ ଭଲ ବିକଳ୍ପ ଅଟେ। ଏହା ହେଭି ନୁହେଁ ଏବଂ ଓଜନ କମାଇବାରେ ସାହାଯ୍ୟ କରିବ ବୋଲି କୁହାଯାଇପାରିବ। କାରଣ ବେଷ୍ଟ ଫ୍ୟାଟ୍ ବର୍ଣ୍ଣିଙ୍ଗ୍ ଫୁଡ୍ ତାଲିକାରେ ଏହା ସର୍ବ ପ୍ରଥମେ ଆସେ ରାତିରେ ଏହି ସବୁ ହାଲୁକା ଖାଦ୍ୟ ଖାଇ ଆପଣ ନିଜ ପେଟ ଭରିବା ସାଙ୍ଗକୁ ଓଜନ ମଧ୍ୟ କମାଇ ପାରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT