ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମଏଭି) ପ୍ରବେଶିକା ପରୀକ୍ଷା ପାଇଁ ଅନ୍ଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି। ରାଜ୍ୟର ୩୧୪ଟି ଓଏଭି ଓ ୫ଟି ଓଏମ୍ଏଭି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ www.oav.edu.in ରେ ନାମ ପଞ୍ଜୀକରଣ କରିପାରିବେ। ୨୦୨୪ ଜାନୁଆରି ୧୫ ସୁଦ୍ଧା ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଫେବ୍ରୁଆରି ୧୫ରେ ଫଳ ପ୍ରକାଶ ପାଇବ। ମାର୍ଚ୍ଚ ୧୫ରେ ନାମଲେଖା ତାଲିକା ଅନୁମୋଦନ ଏବଂ ଏପ୍ରିଲ ୨ରୁ ୩୦ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ପଞ୍ଜୀକରଣ ନିମନ୍ତେ ଓଏଭି ଓ ଓଏମ୍ଏଭିର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ବ୍ଲକ ଅଧିକାରୀଙ୍କୁ ପଠାଯାଇଛି। ସମସ୍ତ ବିଦ୍ୟାଳୟରେ ୫୦% ସିଟ୍ ଛାତ୍ରୀମାନଙ୍କ ନିମନ୍ତେ ଏବଂ ବ୍ଳକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟାର ପ୍ରତିଶତ ଅନୁସାରେ ସ୍ଥାନ ସଂରକ୍ଷଣ କରାଯାଇଛି। ପଞ୍ଜୀକରଣ ନିମନ୍ତେ କୌଣସି ସହଯୋଗ ପାଇଁ ପିତାମାତା/ଅଭିଭାବକ/ ଛାତ୍ରଛାତ୍ରୀ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ।
ଓଏଭିରେ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭିଜିଲାନ୍ସ ଜାଲରେ ଡିଇଓ
ବେଗୁନିଆ : ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପାରେଟର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ଡାଟା ଏଣ୍ଟ୍ରି ଅପାରେଟର ସ୍ମୃତି ଜୟସିଂହଙ୍କୁ ଧରିଛି ଭିଜିଲାନ୍ସ ।...
ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର
ଚମ୍ପୁଆ : ମଙ୍ଗଳପୁର ଗାଁରେ ଘରେ ନିଆଁ ଲଗାଇଦେଲା ଜ୍ୱାଇଁ । ବାହାର ପଟୁ କବାଟ ବନ୍ଦ କରି ନିଆଁ ଲଗାଇଦେଲା ଜ୍ୱାଇଁ । ଜ୍ୱାଇଁ ଫେରାର...
ଭୁବନେଶ୍ୱରରୁ ୧୮୦ ଗ୍ରାମ ଧଳାଜହର ଜବତ
ଭୁବନେଶ୍ୱର :୧୮୦ ଗ୍ରାମ ବ୍ରାଉନସୁଗାର ଜବତ । ଜଣେ ମହିଳା ଗିରଫ । ମହିଷାଖାଲ ବସ୍ତିରୁ ମହିଳାଙ୍କୁ ଗିରଫ କରି ଛାନଭିନ । ଗିରଫ ମହିଳାଙ୍କ ନାଁ...
ଦୀପାବଳି ଉପହାର ; ମହିଳାଙ୍କୁ ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର
ୟୁପି : ମହିଳା ଓ ଯୁବତୀଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଲୋକଭବନରେ ଆୟୋଜିତ...