ନୂଆଦିଲ୍ଲୀ : ଭାରତ ରଚିବ ଇତିହାସ । ଆଜି ଭାରତ ଓ ବିଶ୍ବ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିନ। ଜହ୍ନରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ। ଆଉ ୧୧ ଘଣ୍ଟାରୁ କମ୍ ସମୟ। ଚନ୍ଦ୍ରରେ ନୂଆ ଇତିହାସ ସୃଷ୍ଟି କରିବ ଭାରତ। ଅବତରଣ କରିବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ। ସଂଧ୍ୟା ୫ ଟା ୪୫ରୁ ଆରମ୍ଭ ହେବ ପାୱାର ଡିସେଣ୍ଟ। ପ୍ରାୟ ୨୫ କି.ମି. ଉଚ୍ଚତାରୁ ତଳକୁ ଖସିବ ଲ୍ୟାଣ୍ଡର। ସେ ସମୟରେ ବିକ୍ରମର ବେଗ ପ୍ରତି ସେକେଣ୍ଡରେ ଥିବ ୧.୬୮ କି.ମି। ଅବତରଣ ସ୍ଥାନରୁ ପ୍ରାୟ ୭୪୫ କି.ମି ଦୂରରେ ଥିବ ଲ୍ୟାଣ୍ଡର। ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳ ଲ୍ୟାଣ୍ଡରକୁ ଟାଣିବ, ତାକୁ ପ୍ରତିହତ କରିବାକୁ ୪ଟି ଥ୍ରଷ୍ଟ ଇଞ୍ଜିନ ରେଟ୍ରୋ ଫାୟର କରିବ।
ଚନ୍ଦ୍ର ପୃଷ୍ଠର ୨୫ କି.ମି ଉଚ୍ଚତାରୁ ଖସି ପର୍ୟ୍ୟାୟକ୍ରମେ ଚନ୍ଦ୍ର ପୃଷ୍ଠଠାରୁ ୧୫୦ ମିଟର ଉଚ୍ଚରେ ରହିବ। ସେତେବେଳକୁ ଭୂଲମ୍ବ ହୋଇ ସାରିଥିବା ଲ୍ୟାଣ୍ଡର ଏବଂ କିଛି ସମୟ ସ୍ଥିର ହୋଇ ଚନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିବ। ପରିବେଶ ଅନୁକୂଳ ଥିଲେ, ସଂଧ୍ୟା ୬ଟା ୪ରେ ଲ୍ୟାଣ୍ଡ କରିବ ବିକ୍ରମ। ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ବିପଦପୂର୍ଣ୍ଣ ସମୟ। ଯାହାକୁ ଟ୍ବେଣ୍ଟି ମିନିଟ୍ ଅଫ ଟେରର ବୋଲି କୁହାଯାଉଛି। ଚନ୍ଦ୍ରଯାନ ୨ରେ ଶେଷ ଅଢେଇ କିଲୋମିଟରରେ ତ୍ରୁଟି ଦେଖା ଦେଇଥିଲା। ଏଥର କିନ୍ତୁ ଇସ୍ରୋ ଦୃଢ଼ ଆଶାବାଦୀ ସଫଳ ଲ୍ୟାଣ୍ଡିଂ ହେବ।
ଐତିହାସିକ ମୁହୂର୍ତ୍ତକୁ ସାରା ଦେଶର ଅପେକ୍ଷା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











