ବ୍ୟୁରୋ : ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେପରି ଖାଦ୍ୟ ଜରୁରୀ ହୋଇଥାଏ, ସେହିପରି ନିଦ ମଧ୍ୟ ଜରୁରୀ ହୋଇଥାଏ । ନିରାମୟ ଜୀବନ ପାଇଁ ଆବଶ୍ୟକ ନିଦ୍ରା ଗୁରୁତ୍ୱପୂର୍ଣ୍ଣ । ନିଦ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ପାଇଁ ମୂଳଦୁଆ ସାବ୍ୟସ୍ତ ହୋଇଥାଏ । ରାତିରେ ଶୋଇବା ପରେ ବାରମ୍ବାର ନିଦ ଭାଙ୍ଗେ । ଯେଉଁ କାରଣରୁ ଆପଣ ସକାଳେ ଉଠିବା ପରେ ସତେଜ ଅନୁଭବ କରନ୍ତି ନାହିଁ । ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳେ । ସଠିକ୍ ନିଦ ନହେବା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଆପଣ ଭାବିଛନ୍ତି କି ରାତିରେ ଆପଣଙ୍କ ନିଦ କାହିଁକି ଭାଙ୍ଗିଯାଏ । ଭଲ ନିଦରେ ଶୋଇବାକୁ ହେଲେ ରାତି ଖାଦ୍ୟପେୟ ପ୍ରତି ବେଶ୍ ଗୁରୁତ୍ୱ ଦେବାକୁ ପଡିଥାଏ । ଶୋଇବା ପୂର୍ବରୁ ସତେଜ ଓ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି, ଯାହା ଶୋଇବା ପୂର୍ବରୁ ଖାଇଲେ ନିଦ ନହେବା ସହ ଅସ୍ଥିରତା ଲାଗିଥାଏ । ଶରୀର ସୁସ୍ଥ ରଖିବାକୁ ହେଲେ ଆମକୁ ଉତ୍ତମ ଖାଦ୍ୟ ମଧ୍ୟ ଖାଇବାକୁ ପଡିବ । ଭଲ ଏବଂ ରୁଚିକର ଖାଦ୍ୟ ଖାଇଲେ ଆମକୁ ଭଲ ନିଦ ମଧ୍ୟ ହେବ । ତେଣୁ ଏପରି କିଛି ଜିନିଷ ରହିଛି ଯାହାକୁ ଖାଇଲେ ଆମର ନିଦ ଭଲ ହୁଏ ନାହିଁ । ସେସବୁ ପ୍ରତି ଆମେ ଦୃଷ୍ଟି ଦେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଖାଦ୍ୟ ।
ମିଠାଯୁକ୍ତ ଖାଦ୍ୟ: ଶୋଇବା ପୂର୍ବରୁ ମିଠାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ସୁଗାର ସ୍ତର ବଢ଼ିଯାଇଥାଏ । ଯାହା ଅନିଦ୍ରାର କାରଣ ହୋଇଥାଏ । ଏଥିପାଇଁ ଶୋଇବା ପୂର୍ବରୁ ଏମିତି ଖାଦ୍ୟରୁ ଦୂରେଇ ରୁହନ୍ତୁ ।
ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ: ରାତିରେ ଶୋଇବା ପୂର୍ବରୁ ଅଧିକ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହା ହଜମ ପ୍ରକ୍ରିୟା ଉପରେ ଚାପ ପକାଇବା ସହ ଏହାକୁ ମନ୍ଥର କରିଦେଇଥାଏ । ଯାହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ ।
ମଦ: ମଦ ଶରୀରରେ ଉନ୍ମାଦନା ସୃଷ୍ଟି କରିଥାଏ । ଶୋଇବା ପୂର୍ବରୁ ମଦ ପିଇଲେ, ଏହା ଆପଣଙ୍କ ନିଦ ଖରାପ କରିପାରେ । ତେଣୁ ଶୋଇବା ପୂର୍ବରୁ ମଦ ପିଇବାରୁ ଦୂରେଇ ରୁହନ୍ତୁ ।
ଫାଷ୍ଟଫୁଡ: ରାତିରେ ଶୋଇବା ପୂର୍ବରୁ କେବେ ଫାଷ୍ଟଫୁଡ ଖାଇବା ଉଚିତ ନୁହେଁ । ଏପରି ଖାଦ୍ୟ ଗ୍ୟାସ ସମସ୍ୟା ସୃଷ୍ଟିର କାରଣ ହୋଇଥାଏ । ଏହି କାରଣରୁ ନିଦ ଠିକରେ ଆସି ନଥାଏ ।
କଫି ବା ଚା: ଶୋଇବା ପୂର୍ବରୁ କଫି କି ଚା ପିଅନ୍ତୁ ନାହିଁ । କାରଣ ଏହା ଉତ୍ତେଜକ ପାନୀୟ ହୋଇଥିବା ବେଳେ ନିଦ ନ ଆସିବାର ଏକ କାରଣ । କଫିର ପ୍ରଭାବ ଶରୀରରେ ପ୍ରାୟ ୬ ଘଣ୍ଟା ପର୍ୟ୍ୟନ୍ତ ରହିଥାଏ । ତେଣୁ ଶୋଇବା ପୂର୍ବରୁ କଫି, ଚା କି ଏନର୍ଜୀ ଡ୍ରିଙ୍କସ୍ ଠାରୁ ଦୂରେଇ ରୁହନ୍ତୁ ।
ଏସବୁ ଖାଉଥିଲେ ହେବ ନାହିଁ ନିଦ

Facebook
Twitter
LinkedIn
Facebook
Twitter
LinkedIn
Recent News
ଏସସିବିରୁ ସୁସ୍ଥ ହୋଇ ଘରକୁ ଫେରିଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ
କଟକ : ଡିସଚାର୍ଜ ହେଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ । ଜୁଲାଇ ୧୨ ତାରିଖରେ ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମହୂତି ଦେବା ବେଳେ ଉଦ୍ଧାର...
ବନ୍ୟା : ରିପୋର୍ଟ ଆସିବାର ୨୪ ଘଣ୍ଟା ମଧ୍ୟରେ ମିଳିବ ସହାୟତା
ଭୁବନେଶ୍ୱର : କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ମିଳିବ ବନ୍ୟା ସହାୟତା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।...
ଦଲାଲି ରୋକିବାକୁ e-KYC ବ୍ୟବସ୍ଥା : ମନ୍ତ୍ରୀ
ଭୁବନେଶ୍ୱର : ଚାଷୀ ପଞ୍ଜୀକରଣକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଦଲାଲ ମାନଙ୍କୁ ରୋକିବା ପାଇଁ ସରକାର ଇ-କେୱାଇସି ବ୍ୟବସ୍ଥା କରିଛନ୍ତି । ସେଲ୍ଫ...
ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ
ଭଦ୍ରକ : ବରପଦା ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ଅଧ୍ୟକ୍ଷଙ୍କୁ ଆକ୍ରମଣ । ନିଲମ୍ବିତ କର୍ମଚାରୀ ଓ ସହଯୋଗୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ । ଅଧ୍ୟକ୍ଷ ଗଙ୍ଗାଧର...