ଭୁବନେଶ୍ୱର : ଏମ୍ସରେ ଜୀବନ ହାରିଲେ ରୋଗୀ । ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ରୋଗୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଅର୍ଥୋପେଡିକ ବିଭାଗ ୱାର୍ଡ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଗାମୁଛା ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଯାଜପୁର ଅଞ୍ଚଳର ଅଟଳପୁର ଗାଁର ୭୦ ବର୍ଷୀୟ ବୃଦ୍ଧ । ଡିସେମ୍ବର ୫ରେ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଥିଲେ । ତେବେ ବୃଦ୍ଧ ଜଣକ ଜୀବନ ହାରିଥିବା ସନେ୍ଦହ କରାଯାଉଛି । ପୋଲିସ ତଦନ୍ତ କରୁଛି ।
Views: 29