ବାଲେଶ୍ୱର : କ୍ରାଇମବ୍ରାଞ୍ଚ ର ତଦନ୍ତର ସମ୍ମୁଖୀନ ହେଲେ ଏଫ୍ ଏମ କଲେଜର ସିକ୍ୟୁରିଟି ଗାର୍ଡ । କଲେଜ୍ ଫାଷ୍ଟ ଗେଟରେ କାର୍ୟ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଝାଳ ବୁହା ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ । ଘଟଣା ଦିନ କେତେବେଳେ କାର୍ୟ୍ୟରେ ଯୋଗ ଦେଇଥିଲେ ସିକ୍ୟୁରିଟି ଗାର୍ଡ । ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସ କୁ ପଶିଲେ । ଛାତ୍ରୀ ଙ୍କ ସାଙ୍ଗରେ କିଏ କିଏ ଥିଲେ । କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ । କେତେ ଜଣ ଅଣଛାତ୍ର ଘଟଣା ଦିନ କ୍ୟାମ୍ପସ ମଧ୍ୟରେ ଥିଲେ । ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ । ଏସବୁ ବିଷୟକୁ ନେଇ ବହୁ ସମୟଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । ମେଇନ ଗେଟ୍ ସହ , ପ୍ରିଂସିପାଲ୍ ଚ୍ୟମ୍ବର ଓ କ୍ୟାମ୍ପସ ରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡ ଆଜି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି ।
Views: 27