The Ultimate Managed Hosting Platform
ADVERTISEMENT

ଏପ୍ରିଲ ୧ରୁ ଲାଗିବ ପ୍ରତିବନ୍ଧକ, ଅଟୋ ଓ ଇ-ରିକ୍ସାରେ ପିଲାମାନେ ଯାଇପାରିବେନି ସ୍କୁଲ

Facebook
Twitter
LinkedIn

ପାଟନା : ଅଟୋ ଏବଂ ଇ-ରିକ୍ସାରେ ପିଲାମାନେ ସ୍କୁଲ ଯିବା ନିଷେଧ । ଏପ୍ରିଲ ୧ରୁ ଲାଗିବ ପ୍ରତିବନ୍ଧକ । ବିହାରରେ ନୀତିଶ ସରକାର ପିଲାମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିହାରରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ଧ୍ୟାନରେ ରଖି ରାଜ୍ୟ ସରକାର ବିହାର ପୋଲିସ ମୁଖ୍ୟାଳୟ ଟ୍ରାଫିକ୍ ପ୍ରଭାବ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ବିହାର ସରକାରଙ୍କ କହିବାନୁଯାୟୀ ସ୍କୁଲ ଯିବା ସମୟରେ ପିଲାମାନଙ୍କ ସୁରକ୍ଷା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ । ଇ-ରିକ୍ସା ଏବଂ ଅଟୋରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ପୂର୍ବରୁ ଏହିସବୁ ଗାଡିରେ ପିଲାମାନଙ୍କ ସହିତ ଅନେକ ଦୁର୍ଘଟଣା ଘଟିଛି । ଏହି ପ୍ରତିବନ୍ଧ ଜରିଆରେ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ପିଲାଙ୍କୁ ସୁରକ୍ଷିତ ଯାତାୟତ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login