ମୁମ୍ବାଇ : ଏନସିପିର ୨ ଗୋଷ୍ଠୀ ମଧ୍ୟରେ ବଢିଲା ବିବାଦ । ବାଚସ୍ପତିଙ୍କୁ ଚିଠି ଲେଖିଲେ ଶରଦ ପାୱାର ଗୋଷ୍ଠୀ । ଶପଥ ନେଇଥିବା ବିଧାୟକଙ୍କ ସଦସ୍ୟତା ପଦ ରଦ୍ଦ ନେଇ ଦାବି । ଆସନ୍ତା ବଧବାର ଦୁଇ ଗୋଷ୍ଠୀ ଡାକିଲେ ବୈଠକ । ମୁମ୍ବାଇରେ ଅଲଗା ଅଲଗା ବସିବ ବୈଠକ ।
ସେପଟେ ବିଦ୍ରୋହୀ ‘ଏନସିପି’ ନେତା ଅଜିତ ପାୱାର୍ ଓ ଆଉ ୮ ଜଣ ବିଧାୟକ ଶପଥ ନେଇ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେବାରୁ ‘ଏନସିପି’ ସେମାନଙ୍କ ନାଁରେ ବିଧାନସଭା ବାଚସ୍ପତି ରାହୁଲ୍ ନାରୱେକରଙ୍କ ନିକଟରେ ଅଯୋଗ୍ୟତା ଆବେଦନ ଦାଖଲ କରିଛି। ଏହାଛଡ଼ା, ସମସ୍ତ ଜିଲ୍ଲାର ଦଳୀୟ କର୍ମୀମାନେ ‘ଏନସିପି’ ମୁଖ୍ୟ ଶରଦ ପାୱାରଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି ବୋଲି ମଧ୍ୟ ଦଳ ନିର୍ବାଚନ କମିସନକୁ ଭେଟି ଜଣାଇ ଦେଇଛି। ରବିବାର ଦିନ ମହାରାଷ୍ଟ୍ର ‘ଏନସିପି’ ସଭାପତି ଜୟନ୍ତ ପାଟିଲ୍ କହିଛନ୍ତି, ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅଜିତ ପାୱାର୍ ଓ ଆଉ ୮ଜଣ ବିଧାୟକଙ୍କ ନାଁରେ ଦଳ ଅଯୋଗ୍ୟତା ଆବେଦନ ଦାଖଲ କରିଛି।
Views: 75