ଭୁବନେଶ୍ୱର : ଆଜି ସପ୍ତମ ଦିନରେ ସ୍ୱାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ଏହି କ୍ରମରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ୍ୟ ଲୋକଙ୍କୁ ପିଡିଏସ୍ ସମାଗ୍ରୀ ପହଞ୍ଚାଇବାକୁ ସରକାର କରିବାକୁ ଥିବା ଯୋଜନା ବିଷୟରେ ରଖିଛନ୍ତି ଟପ୍ପଣୀ ।ମନ୍ତ୍ରୀ କହିଛନ୍ତି, ଯେଉଁମାନେ ପିଏଏସ୍ ଚାଉଳ ନେବାକୁ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁମାନଙ୍କ ବୟସାଧିକ୍ୟ କାରଣରୁ ଟିପ ଚି଼ହ୍ନ ଦେଇପାରୁନାହାଁନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ଆଣିବେ ସରକାର । ସେମାନଙ୍କ ପାଖକୁ ଯାଇ ସେମାନଙ୍କଠାରୁ ବାୟୋମେଟ୍ରିକ୍ସ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
Views: 79











