ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କେନ୍ଦ୍ର ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତ । ଓଡିଶାରେ ବ୍ୟାପକ ପରିବର୍ତ୍ତନ ହେବ କହିଲେ ମନମୋହନ । ରାଜ୍ୟରେ ଲୋକଙ୍କ ଭିତରେ ଆକ୍ରୋଶ ରହିଛି , ପରିବର୍ତ୍ତନ ହେବ । ଶାସନ ପରିବର୍ତ୍ତନ ପାଇଁ ଲୋକ ମନ ସ୍ଥିର କରି ସାରିଛନ୍ତି । ମୋଦି ଯାହା କରନ୍ତି , ତାହା କରନ୍ତି । ଲୋକେ ଏହା ଗ୍ରହଣ କରିସାରିଛନ୍ତି । ନିଶ୍ଚିତ ଭାବେ ଏକ ପଜିଟିଭ ଭୋଟ ଓଡିଶାରେ ହେବ । ରାଜ୍ୟ ସରକାରଙ୍କ ବିଫଳତା ପାଇଁ ନେଗେଟିଭ ଭୋଟ ମଧ୍ୟ ହେବ । ୫ ବର୍ଷ ଶାସନରେ ମାନଚିତ୍ର ବଦଳାଇ ହେବ , କିନ୍ତୁ ୨୫ ବର୍ଷରେ ବଦଳିନି । ଆଇନ ଶୃଙ୍ଖଳା ବିପ ର୍ଯ୍ୟସ୍ତ , କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ପୂର୍ବତନ ମନ୍ତ୍ରୀ ଥାନା ଭାଙ୍ଗି ଦେଉଛନ୍ତି , ପ୍ରଶାସନ କିନ୍ତୁ ନିରବ । ଏଥର ସାଲିସବିହୀନ ଲଢେଇ ହେବ, ଆମେ ସରକାର ଗଢିବୁ ।
Views: 86











