ପୁରୀ : ଚଳିତ ଥର ଦୁଇ ଦିନ ଅନୁଷ୍ଠିତ ହେବ ସୁନାବେଶ । ଅର୍ଥାତ୍ ସିଂହଦ୍ଵାର ସମ୍ମୁଖରେ ବାହୁଡ଼ା ପରଦିନ ଠାକୁର ମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ନାହିଁ । ବାହୁଡା ଯାତ୍ରାର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୧୭ ତାରିଖରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତା ଜୁନ ୨୨ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପଡ଼ିବୋ ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତ ବର୍ଷ ରଥଯାତ୍ରା ଦିନ ପଡୁଛି ନେତ୍ରୋତ୍ସବ ଓ ଉଭାଯାତ୍ରା। ଜୁଲାଇ ୧୫ରେ ହେବ ବାହୁଡ଼ା ଯାତ୍ରା । ପ୍ରାୟ ପ୍ରତିବର୍ଷ ବାହୁଡ଼ା ରଥ ଉପରେ ସୁନାବେଶ ହୋଇଥାଏ। ସେହିପରି ନଭେମ୍ବର ୧୨ରୁ ଆରମ୍ଭ ହେବ ପଞ୍ଚୁକ । ଏଥର ୪ ଦିନ ପଡ଼ଛୁ ପଞ୍ଚକ। ଶ୍ରୀମନ୍ଦିରର ପର୍ବପର୍ବାଣି ଓ ଯାନିଯାତ୍ରାକୁ ସର୍ବଜନୀନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ୱେବ୍ ସାଇଟରେ ଅପଲୋଡ଼ କରାଯାଇଛି। ପଞ୍ଜିକାର ଓ ବରିଷ୍ଠ ପଣ୍ଡିତ ସେବାୟତ ଙ୍କ ଉପସ୍ଥିତି ରେ ଶ୍ରୀ ମନ୍ଦିର ବିଭିନ୍ନ ପର୍ବପର୍ବାଣି ଓ ନୀତିକାନ୍ତି ଲାଗି ଚୂଡାନ୍ତ ତାଲିକା ପ୍ରକାଶ ପାଇଛି।
ଏଥର ମହାପ୍ରଭୁଙ୍କ ସୁନାବେଶ ୨ ଦିନ, ପଞ୍ଚୁକ ୪ ଦିନ

Facebook
Twitter
LinkedIn
Facebook
Twitter
LinkedIn
Recent News
ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା
ହରିୟାଣା : ଆଇପିଏସ ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା । ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରୋ ପଠାଇଲେ...
ଚନ୍ଦକା ଥାନାରୁ ଅଭିଯୁକ୍ତ ଚମ୍ପଟ
ଭୁବନେଶ୍ୱର : ପୁଣି କମିଶନରେଟ ପୋଲିସର ଢିଲା ସୁରକ୍ଷା ପଦାରେ ପଡିଲା । କନଷ୍ଟେବଳଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଚମ୍ପଟ । ଚନ୍ଦକା...
ଲାଲ ବାହିନୀର ବିସ୍ଫୋରଣ ଯୋଜନା ପଣ୍ଡ
ବିଜାପୁର : ଭୁଶୁଡୁଛି ଲାଲଗଡ । ମିଳିତ ଅପରେସନ ବେଳେ ଛତିଶଗଡ଼ ବିଜାପୁର ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ବଡ ଧରଣର ବିସ୍ପୋରଣ...
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...