The Ultimate Managed Hosting Platform
ADVERTISEMENT

ଏଣିକି ଟ୍ରାକ, ଟ୍ରେନରେ ସେଲଫି ଓ ରିଲ କଲେ ଗଣିବାକୁ ପଡିବ ତଣ୍ଡ

Facebook
Twitter
LinkedIn

ନୂଆଦିଲ୍ଲୀ : ଏଣିକି ଟ୍ରାକ, ଟ୍ରେନରେ ସେଲଫି ଓ ରିଲ ଦଣ୍ଡନୀୟ ଅପରାଧ । ପୂର୍ବତଟ ରେଳପଥର କଡ଼ା ଚେତାବନୀ । ଟ୍ରେନ ଟ୍ରାକରେ ହେଉ କି ରେଳ ଧାରଣା କଡରେ ହେଉ ଯେଉଁଠି ବି ରିଲ୍ସ କଲେ କିମ୍ବା ସେଲ୍ଫି ନେଲେ ଭୋଗିବାକୁ ପଡିବ ପରିଣାମ । ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ । କାରଣ ଅମାନିଆଙ୍କ ପାଇଁ କଡ଼ା ଚେତାବନୀ ଦେଇଛି ପୂର୍ବତଟ ରେଳପଥ । ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନରେ ସେଲ୍ ଫି କିମ୍ବା ରିଲ୍ ନେବା ଏକ ଦଣ୍ଡନୀୟ ଅପରାଧ । ତେବେ ପୂର୍ବତଟ ରେଳପଥ ଜନସାଧାରଣଙ୍କୁ, ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମରେ ରୁଚି ରଖିଥିବା ଲୋକଙ୍କୁ ଚେତାବନୀ ଦେବା ସହ ସତର୍କ କରାଇ ଦେଇଛି କି ରେଳପଥ ଉପରେ, ଟ୍ରେନ ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରିବା କିମ୍ବା “ରିଲ୍ ” ତିଆରି କରିବା ମାରାତ୍ମକ ଏବଂ ବେଆଇନ ଅଭ୍ୟାସ । ଏହା ବିରୁଦ୍ଧରେ ସତର୍କ କରାଇ ଏକ କଡ଼ା ଚେତାବନୀ ଦେଇ ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି ଯେ ଏପରି ବେପରୁଆ କାର୍ୟ୍ୟ କେବଳ ଜୀବନ ପାଇଁ ବିପଦପୂର୍ଣ୍ଣ ନୁହେଁ ବରଂ ରେଳବାଇ ଆଇନ, ୧୯୮୯ ଅନୁଯାୟୀ କଡ଼ା ଦଣ୍ଡନୀୟ ଅପରାଧ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login