ଭୁବନେଶ୍ୱର : ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ । ଏଣିକି କାନ୍ଥବାଡ଼ରେ ଟୁଲେଟ ମାରିଲେ ଗଣିବେ ମୋଟା ଅଙ୍କର ତଣ୍ଡ। କାରଣ କାନ୍ଥବାଡ଼ କି କି ଇଲେକ୍ଟ୍ରି ଖୁଣ୍ଟରେ ବିଜ୍ଞାପନ ଲଗାଇବା ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବ ବିଏମସି। ରାଜଧାନୀକୁ ସ୍ବଚ୍ଛ ସୁନ୍ଦର ରଖିବାକୁ ତତ୍ପର ହୋଇଛି ବିଏମସି । ଏନେଇ ଅନେକ କଠୋର ପଦକ୍ଷେପ ମଧ୍ୟ ନେଇଛି । ତେବେ ଭୁବନେଶ୍ବରରେ ଘର ଭଡ଼ାର ଚାହିଦା ଅନେକ ମାତ୍ରାରେ ରହିଥିବା ବେଳେ ଏହାକୁ ବ୍ୟବସାୟରେ ପରିଣତ କରିଥିବା କିଛି ବ୍ୟକ୍ତି ଏବଂ ସଂସ୍ଥା ବିଜ୍ଞାପନ ଆଳରେ ରାଜଧାନୀର କାନ୍ଥବାଡ଼ରେ ପୋଷ୍ଟର ମାରୁଛନ୍ତି । ସୂଚନା ଅନୁସାରେ ଏ ପର୍ୟ୍ୟନ୍ତ ୩ ଜଣଙ୍କ ଠାରୁ ୫୦ ହଜାର ଲେଖାଏଁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । କେବଳ ଜରିମାନା ନୁହଁ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ଦେଇଛି ବିଏମସି ।
Team BMC imposed penalty of
— BMC (@bmcbbsr) December 11, 2023
Rs 50,000(each) & FIR filed against these 3 agencies for affixing massive (To-let) posters across the city walls, poles, etc.#BhubaneswarFirst pic.twitter.com/r3eBXd3MSp











