The Ultimate Managed Hosting Platform
ADVERTISEMENT

ଏଡିଆର ରିପୋର୍ଟ; ନବୀନ ଜିନ୍ଦଲ ସବୁଠୁ ଧନୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଷଷ୍ଠ ପର୍ୟ୍ୟାୟର ଏଡିଆର୍ ଦ୍ୱାରା ବିଶ୍ଳେଷଣ କରାଯାଇଥିବା ୮୬୬ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୮ ଜଣ (୩୯%) କୋଟିପତି। ତେବେ ୩ ସର୍ବାଧିକ ଧନୀ ପ୍ରାର୍ଥୀଙ୍କ ଭିତରେ ପ୍ରଥମ ସ୍ଥାନରେ ଅଛନ୍ତି ବିଜେପିର ନବୀନ ଜିନ୍ଦଲ। ୧୨୪୧ କୋଟି ଟଙ୍କାର ସମ୍ପତ୍ତି ସହ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲ ଲୋକସଭା ନିର୍ବାଚରନ ୨୦୨୪ର ଷଷ୍ଠ ପର୍ୟ୍ୟାୟ ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଛନ୍ତି। ଷଷ୍ଠ ପର୍ୟ୍ୟାୟରେ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ, ଆର୍ଜେଡିର ୪ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ, ଜେଡିୟୁର ୪ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ, ବିଜେପିର ୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୮ ଜଣ ଏବଂ ସମାଜବାଦୀ ପାର୍ଟିର ୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ୧ କୋଟିରୁ ଅଧିକ ସମ୍ପତ୍ତି ଘୋଷଣା କରିଛନ୍ତି। ସେହିପରି କଂଗ୍ରେସର ୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ, ଆପ୍ର ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ଏବଂ ଟିଏମ୍ସିର ୯ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ ବୋଲି ଘୋଷଣା କରିଛନ୍ତି। ରୋହତକ ଆସନର ସ୍ବାଧୀନ ପ୍ରାର୍ଥୀ ରଣଧୀର ସିଂହ ତାଙ୍କର ସଂପତ୍ତି ମାତ୍ର ୨ଟଙ୍କା ବୋଲି ଘୋଷଣା କରିଛନ୍ତି। ସେହିଭଳି ପ୍ରତାପଗଡ଼ର ଏସ୍ୟୁସିଆଇ(ସି) ପ୍ରାର୍ଥୀ ତାଙ୍କ ସଂପତ୍ତିର ମୂଲ୍ୟ ୧୬୮୬ ଟଙ୍କା ଘୋଷଣା କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login