ଭୁବନେଶ୍ୱର : ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କଲେ ଏକାମ୍ର କଲେଜ୍ ଛାତ୍ର । ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଅତୁଲ ସିଆ ଆତ୍ମହତ୍ୟା କରିଛନ୍ତି । ସେ ଯୁକ୍ତ ତିନି ତୃତୀୟ ବର୍ଷର ବାଣିଜ୍ୟ ଛାତ୍ର । ସେ ଘରେ ଶାଢ଼ୀରେ ଆତ୍ମହତ୍ୟା କରିଛନ୍ତି । ଦୀର୍ଘଦିନ ହେଲା ଟ୍ରାଫିକ ଭଲ୍ୟୁଣ୍ଟର ଭାବେ କାର୍ୟ୍ୟ କରି ଆସୁଥିଲେ । ନିକଟରେ ସେ କନେଷ୍ଟବଳ ପରୀକ୍ଷା ଦେଇଥିଲେ । ହତ୍ୟାର କାରଣ ଜଣାପଡିନଥିବାବେଳେ ତଦନ୍ତ କରୁଛି ଲିଙ୍ଗରାଜ ଥାନା ପୋଲିସ।
Views: 74