ଭୁବନେଶ୍ୱର : ରାଜ୍ୟରେ ଏକାକୀ ବିଜେପି ଲଢିବା ନେଇ ସ୍ପଷ୍ଟ କଲେ ମନମୋହନ । ଏକ୍ସ ଜରିଆରେ ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ । ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢିବୁ । ସାଢେ ଚାରିକୋଟି ଓଡିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢିବ ।
Views: 69