ନୂଆଦିଲ୍ଲୀ : ଋଷରେ ଶକ୍ତିଶାଳୀ ଭୂକମ୍ପ । ଋଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଋଷର ଉପକୂଳରେ ଭୂମିକମ୍ପ ଅନୁଭୂତ ହେବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା ।ମିଳିଥିବା ସୂଚନା ଅନୁଯାୟୀ, ଆଗ୍ନେୟଗିରିରୁ ବିପୁଳ ପରିମାଣର ଲାଭା ବାହାରିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ତେବେ ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ସୁନାମି ସତର୍କ ସୂଚନା ଜାରି କରିନାହିଁ । ଶିବେଲୁଚ ଆଗ୍ନେୟଗିରି ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭ୍ଲୋଭସ୍କ କାମଚାତାସ୍କି ଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ଏହି ସହରର ଜନସଂଖ୍ୟା ପାଖାପାଖି ଦୁଇ ଲକ୍ଷ । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଏହାର ରିପୋର୍ଟରେ କହିଛି ଯେ ଭୂକମ୍ପର କେନ୍ଦ୍ର ପେଟ୍ରୋପାଭ୍ଲୋଭସ୍କ- କାମଚାତାସ୍କି ଠାରୁ ୫୫ ମାଇଲ ଦୂରରେ ଥିଲା । ଯାହା ପୃଥିବୀର ୪୮ କିଲୋମିଟର ଭିତରେ ଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି । କିନ୍ତୁ ଆମେରିକାର ସୁନାମି ୱାର୍ଣ୍ଣିଂ ସିଷ୍ଟମ ଭୂମିକମ୍ପ ଅଞ୍ଚଳର ୩୦୦ କିଲୋମିଟର ପରିଧି ମଧ୍ୟରେ ସୁନାମି ସତର୍କ ସୂଚନା ଜାରି କରିଛି ।
ଋଷରେ ଶକ୍ତିଶାଳୀ ଭୂକମ୍ପ; ଥରିଲା କୋଠା , ଘରୁ ଦୈାଡି ପଳାଇଲେ ଲୋକେ । ଶିବେଲୁଚରେ ଆଗ୍ନେୟଗିରି ଉଦଗୀରଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଜି ଆସିକା ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ଷ ପୂର୍ତ୍ତି ଓ ଯୁବ ସମାବେଶ କାର୍ଯ୍ୟକ୍ରମରେ ସାମିଲ ହେବେ । ଯୁବ...
ଟ୍ରଲର ପଛରେ ପିଟି ହେଲା ବାଇକ
ସୁନ୍ଦରଗଡ : ସୁନ୍ଦରଗଡ ଟ୍ରଲର ପଛରେ ପିଟି ହେଲା ବାଇକ । ୨ ବାଇକ ଆରୋହୀଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର । ବ୍ରାହ୍ମଣୀପାଲି ନିକଟରେ...
ଆସନ୍ତା ୨୭ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ୱର : ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା । ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା । କେନ୍ଦୁଝର, ମୟୂରଭଞ୍ଜ ,...
ଆଜି ଅଣସର ତ୍ରୟୋଦଶୀ, ଲାଗି ହେବ ଘଣା ଓ ଖଳି ପ୍ରସାଦ
ପୁରୀ : ଆଜି ଅନବସର ଘରେ ବିରାଜିତ ମହାପ୍ରଭୁଙ୍କ ଘଣାଲାଗି । ଶ୍ରୀପୟର ମୁଦା ଉପପକ୍ଷେ ପାଟଡୋର ଓ ଖଳି ପ୍ରସାଦ ଲାଗି ହେବ । ଚଳିତବର୍ଷ...