The Ultimate Managed Hosting Platform
ADVERTISEMENT

ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ ବିଜେପି : ମନମୋହନ ସାମଲ

Facebook
Twitter
LinkedIn

ଭୁବନେଶ୍ୱର : ୨୪ବର୍ଷ ବିଜେଡି ଶାସନରେ ଆଜି ରାଜ୍ୟର ମାଁ, ଭଉଣୀ, ଛାତ୍ରଛାତ୍ରୀ, ଯୁବକ, କୃଷକ ଅସୁରକ୍ଷିତ । ସୋସିଆଲ କ୍ରାଇମରେ ବ୍ୟସ୍ତ ଜନବିରୋଧୀ ବିଜେଡି ସରକାର । ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଅଂଶ, କେନ୍ଦ୍ରୀୟ ଉଦ୍ୟୋଗମାନଙ୍କ ବ୍ୟୟ ବରାଦ ବାବଦରେ ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଓ ସହାୟତା ଓଡ଼ିଶାକୁ ଦେଇଛନ୍ତି । ଏହି ଟଙ୍କାକୁ ରାଜ୍ୟ ସରକାର କ’ଣ ଖର୍ଚ୍ଚ କଲେ, ତାର ହିସାବ ଦେଉନାହାନ୍ତି । ଚାଷୀଙ୍କ ଆୟକୁ ଦ୍ୱିଗୁଣୀତ କରିବା ପାଇଁ ଆନ୍ତରିକତାର ଅଭାବ ରହିଛି । ମହିଳା ସଶକ୍ତୀକରଣ ନାମରେ ସ୍ୱୟଂ ସହାୟକ ଗୋଷ୍ଠୀକୁ କେବଳ ଭୋଟ ବ୍ୟାଂକ ଭାବେ ବ୍ୟବହାର କରାଯାଉଛି । ଚିଟଫଣ୍ଡଧାରୀଙ୍କୁ ଟଙ୍କା ନଫେରାଇ ସେମାନଙ୍କ ସହ କେବଳ ପ୍ରତାରଣା କରାଗଲା । ଖଣି, ଖାଦାନର ‘ଭେଲୁଏଡିସନ’ ପରିବର୍ତେ ହରିଲୁଟ କରାଗଲା । ରାଜ୍ୟରେ କୃଷିଭିତିକ ଓ ପର୍ୟ୍ୟଟନ ଶିଳ୍ପର ଅଧୋଗତି କାହିଁକି ? ଦେଢ଼ କୋଟି ଯୁବକ ଦାଦନ କାହିଁକି ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ? ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ୟ୍ୟସ୍ତ । ମହିଳା, ବୃଦ୍ଧ ବୃଦ୍ଧା, ଶିଶୁମାନେ ଅସୁରକ୍ଷିତ । ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ପରଂପରାକୁ ନଷ୍ଟ କରିଦିଆଯାଉଛି । ଗଣତନ୍ତ୍ର ଓ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ସଂପୂର୍ଣ୍ଣ ଜଳାଞ୍ଜଳୀ ଦେଇଦିଆଯାଇଛି । ଓଡିଶାର ସ୍ୱାଭିମାନକୁ ଭୁଲୁଂଠିତ ହେବାକୁ ଦିଆଯିବ ନାହିଁ । ସାଢ଼େ ଚାରିକୋଟି ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ସଂକଳ୍ପବଦ୍ଧ ଏବଂ ଓଡିଶାର ସାମଗ୍ରିକ ବିକାଶ ହେଉଛି ଆମର ପ୍ରାଥମିକତା ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଉରକେଲାଠାରେ ରାଜ୍ୟ ବିଜେପିର ଦୁଇ ଦିନିଆ ଚିନ୍ତନ ତଥା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ସହ ପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂହ ତୋମାର ପ୍ରମୁଖଙ୍କ ସମେତ ରାଜ୍ୟ ପଦାଧିକାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ “ବିସ୍ତୃତ ଓ ସୁଦୃଢ ରୋଡମ୍ୟାପ” ପ୍ରସ୍ତୁତ କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ନିଶ୍ଚିତ ଭାବେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ବୈଠକ ଶେଷ ହେବା ପରେ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login